ବଲାଙ୍ଗିର: କେଉଁଠି ଶବକୁ ମିଳୁନି ସମ୍ମାନ, କିନ୍ତୁ ଛାତି ଉଚ୍ଚର ପାଣିକୁ ଖାତିର ନକରି ଶ୍ମଶାନ ପର୍ଯ୍ୟନ୍ତ ଶବ ବୋହିଲେ ସମ୍ପର୍କୀୟ

କଣ୍ଟାବାଞ୍ଜି(କେନ୍ୟୁଜ୍): କେଉଁଠି ଶବକୁ ମିଳୁନି ସମ୍ମାନ ତ ଆଉ କେଉଁଠି ଶବ ଦାହ କରିବା ପାଇଁ ଗ୍ରାମବାସୀ ମାନିନାହାନ୍ତି ବନ୍ଧ ବାଡ। କରୋନା  ସମୟରେ ରାଜ୍ୟରେ ମୃତ୍ୟୁବରଣ କରିଥିବା ଅନେକ ଲୋକଙ୍କ ଶବକୁ  ଉଚ୍ଚିତ ସମ୍ମାନ ଦିଆଯାଉନଥିବା ଘଟଣା ହୃଦୟ ତରଳାଇ ଦେଇଥିବା ବେଳେ ବଲାଙ୍ଗିର ଜିଲ୍ଲାରୁ ଆସିଛି ଏକ ସ୍ପର୍ଷକାତର ଘଟଣା। ରାସ୍ତା ଉପରେ ୪ ଫୁଟ ଉଚ୍ଚତାରେ ପାଣି ଚାଲୁଥି ବେଳେ ଏହାକୁ ଖାତିର ନକରି ଶବ ଧରି ଶ୍ମଶାନ ନେଇ ଶବଦାହ କରିଛନ୍ତି କିଛି ସ୍ଥାନୀୟ ଲୋକେ।

ମିଳିଥିବା ସୂଚନା ମୁତାବକ ବର୍ଷାର ପ୍ରଭାବରେ କଂଟାବାଞ୍ଜିରୁ ବଲାଙ୍ଗିର ଯାଉଥିବା ୪୨ ନମ୍ବର ରାଜ୍ୟ ରାଜପଥ କୁର୍ଲି ଗାଁ ନିକଟ ରାସ୍ତା ଉପରେ ୪ ଫୁଟରୁ ଉଚ୍ଚରେ  ପାଣି ଯାଉଥିଲା। କିନ୍ତୁ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ମରଶରୀରକୁ ଦାହ କରିବା ପାଇଁ ଏହି ପାଣିକୁ ଖାତିର ନକରି ରାସ୍ତା ପାର ହୋଇଛନ୍ତି। ଯାହାକି ମର ଶରୀରକୁ ସମ୍ମାନ ଦେଉନଥିବା ଲୋକଙ୍କ ପାଇଁ ଏକ ଶିକ୍ଷା ଦେଇଛନ୍ତି।

Leave A Reply

Your email address will not be published.