ମୋ ସ୍ତ୍ରୀର ଚିକିତ୍ସା ପାଇଁ ମୋତେ ସାହାଯ୍ୟ କରନ୍ତୁ ବାବୁ, ସେ ଚାଲି ପାରୁନି

ବାଲେଶ୍ୱର (କେନ୍ୟୁଜ୍‌) : ସାତ ଜନ୍ମକୁ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥିଲେ। ସାତ ଜନ୍ମ ପାଇଁ ସାଥି ହୋଇ ରହିବେ ବୋଲି ହେବେ ଜୀବନର ଘାତ ପ୍ରତିଘାତରେ ଏକାଠି ରହିବେ ଆଉ ପ୍ରତିକୂଳ ପରିସ୍ଥିତିରେ ଉଭୟ ଉଭୟଙ୍କୁ ସହଯୋଗ କରିବେ। ହେଲେ ଆଜିକାଲିର ସମାଜ ପାଇଁ ଏ ଦୃଶ୍ୟ କେଜାଣି କାହିଁକି ଏକ ଉଚିତ ଶିକ୍ଷା ଦେଉଛି।

ସାତ ଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥିଲେ ସାଥି ହୋଇ ରହିବେ ବୋଲି । ଜୀବନର ଘାତ ପ୍ରତିଘାତରେ ଏକାଠି ରହିବେ ଆଉ ପ୍ରତିକୂଳ ପରିସ୍ଥିତିରେ ଉଭୟ ଉଭୟଙ୍କୁ ସହଯୋଗ କରିବେ ବୋଲି ଶପଥ ନେଇ ଥିଲେ । ଏ ସ୍ଵାମୀ ଜଣଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ କିଭଳି ସ୍ତ୍ରୀଙ୍କୁ ସହର ସାରା ଟେକି ଟେକି ବୁଲୁଛନ୍ତି । ସ୍ତ୍ରୀ ସିନା ରୋଗଗ୍ରସ୍ତ କାରଣରୁ ବିକଳାଙ୍ଗ ପାଲଟି ଯାଇଛି ହେଲେ ଆଉ ଦୁଇ ଗୋଡ଼ ଜମାରୁ କାମ କରୁନାହିଁ। ହେଲେ ସ୍ଵାମୀଙ୍କ ଦୁଇ ଗୋଡ଼ରେ ସେ ଏବେ ସହର ସହର ବୁଲି ନିଜ ରୋଗ ଭଲ ପାଇଁ ଭିକ୍ଷା ବୃତ୍ତି କରୁଛନ୍ତି।

ଏ ଦମ୍ପତି ଜଣକ ହେଲେ ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ ନିକଟର ସ୍ଵାମୀ ସମ୍ଭୁ ନାୟକ ଓ ସ୍ତ୍ରୀ ଦିପା ନାୟକ । ଶମ୍ଭୁଙ୍କ ହସଖୁସିର ଦୁନିଆ ଭଲରେ ଚାଲିଥିଲା। ହଠାତ ଦୁନିଆର ନିଷ୍ଠୁରତା ଆଗରେ ହାରୀ ଯାଇଥିଲେ ଦିପା । ହଠାତ୍ ଦୁଇ ଗୋଡ଼ ଅଚଳ ହୋଇଗଲା ଆଉ ଚାଲି ପାରିଲେ ନାହିଁ। ହେଲେ ଧାରା କରଜ କରି ସ୍ଵାମୀ ଶମ୍ଭୁ ଦିପାଙ୍କୁ ବିଭିନ୍ନ ସ୍ଥାନରେ ଦେଖାଇଲେ।

ହେଲେ ଆରୋଗ୍ୟ ହୋଇ ପାରିନଥିଲେ ଦିପା ଶେଷରେ ସର୍ବସ୍ବ ହରାଇ ଭିକ୍ଷା ବୃତ୍ତି କୁ ଅପଣାଇଲେ ଏହି ଦମ୍ପତ୍ତି । ଯେତେ ବେଳେ ଅଗ୍ନିକୁ ସାକ୍ଷୀ ରାଖୀ ସାତ ଜନ୍ମ ପାଇଁ ସାଥି ହୋଇ ରହିବେ ବୋଲି କଥା ଦେଇଥିଲେ କେମିତି ବା ଦିପାଙ୍କ ହାତ ଛାଡ଼ି ଦିଅନ୍ତେ । ଏବେ ଦୀପାଙ୍କ ଚିକିତ୍ସା ସହ ପରିବାର ଚଳାଇବା ପାଇଁ ଶମ୍ଭୁ ଦୀପାଙ୍କୁ ହାତରେ କାନ୍ଧେଇ ବାଲେଶ୍ଵର ସହର ଭିକ୍ଷା ବୃତ୍ତି କରୁଛନ୍ତି ।

Leave A Reply

Your email address will not be published.