Below header

ବିବାହିତ ମହିଳାଙ୍କୁ ପ୍ରେମ କରି ଫସିଲେ ୧୪ ପ୍ରେମିକ, ସ୍ୱାମୀ ଦାବି କଲେ ୧୦୦ କୋଟି ଟଙ୍କାର କ୍ଷତି ପୂରଣ

ଏ ପା କଳିଯୁଗ, ଏଠି ସବୁ ସମ୍ଭବ। ମୋର ମାନ ହାନି କରିଛନ୍ତି ମୋ ସ୍ତ୍ରୀର ପ୍ରେମିକ। ସେଥିପାଇଁ ସମସ୍ତଙ୍କୁ ନୋଟିସ୍‌ ପଠାଇଛି ମୁଁ। ଏ ହେଉଛି ଜଣେ ହତାସିଆ ସ୍ୱାମୀଙ୍କ କରୁଣ କଥା। ସ୍ତ୍ରୀ’ର ପ୍ରେମିକଙ୍କୁ ସ୍ୱାମୀର ନୋଟିସ୍ । ଓକିଲ ନୋଟିସ୍ ପହଞ୍ଚିଛି ୧୪ ଜଣଙ୍କ ପାଖରେ ।
ସ୍ୱାମୀର ଅଭିଯୋଗ ହେଉଛି, ଏମାନଙ୍କ ଯୋଗୁଁ ମୋ ବୈବାହିକ ଜୀବନ ନଷ୍ଟଭ୍ରଷ୍ଟ ହୋଇଛି । ମୋ ଦାମ୍ପତ୍ୟ ଜୀବନକୁ ନଷ୍ଟ କରିବା ସହ ମୋର ସମ୍ମାନ ହାନି କରିଛନ୍ତି ଏହି ୧୪ ଜଣ । ତେଣୁ ସେମାନେ ମୋତେ କ୍ଷତିପୂରଣ ଦେବେ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କୋଲକାତାରେ ।

ସ୍ୱାମୀ ତାର ପତ୍ନୀର ପ୍ରେମିକଙ୍କ ଠାରୁ ଦାବି କରିଛି ୧୦୦ କୋଟି ଟଙ୍କାର କ୍ଷତି ପୂରଣ । କେସ୍ କରିଥିବା ଏହି ବ୍ୟକ୍ତି ଜଣକ ହେଉଛନ୍ତି କୋଲକାତାର ଜଣେ ବ୍ୟବସାୟୀ । ସେ ତାଙ୍କ ଡ୍ରାଇଭରକୁ ପତ୍ନୀ ପଛରେ ଲଗାଇ ଗୋଇନ୍ଦା ଗିରି କରିଥିଲେ । ସେଥିରୁ ଜାଣି ପାରିଲେ ଯେ ପତ୍ନୀର ୧୪ ଜଣ ପୁରୁଷଙ୍କ ସହ ଶାରୀରିକ ସମ୍ବନ୍ଧ ରହିଛି । ଏହାପରେ ପ୍ରତ୍ୟେକ ପୁରୁଷଙ୍କୁ ସେ ଓକିଲ ନୋଟିସ୍ ପଠାଇ ଦୁଇ ସପ୍ତାହ ଭିତରେ ୧୦୦ କୋଟି ଟଙ୍କା ଦେବାକୁ ତାଗିଦ କରିଛନ୍ତି । ନଚେତ ସେ କୋର୍ଟକୁ ଯିବେ ବୋଲି ମଧ୍ୟ ଧମକ ଦେଇଛନ୍ତି ।

ନିଜର ଅଭିଯୋଗରେ ଏହି ସ୍ୱାମୀ ଜଣକ କହିଛନ୍ତି ଯେ ସମସ୍ତେ ଜାଣନ୍ତି ମୋ ସ୍ତ୍ରୀ ବିବାହିତ ବୋଲି । ମୁଁ ତାର ସ୍ୱାମୀ, ଆପଣମାନେ ଏସବୁ ଜାଣି ମୋ ସ୍ତ୍ରୀ ସହ ଅବୈଧ ସମ୍ପର୍କ ରଖି ସମାଜରେ ମୋର ମର୍ଯ୍ୟାଦା ହାନି କରିଛନ୍ତି । ମୋର ମାନସିକ ସନ୍ତୁଳନ ବିଗିଡ଼ି ଯାଇଛି । ତେଣୁ ଆପଣମାନଙ୍କୁ ମୋତେ ଏହି କ୍ଷତି ପୂରଣ ଦେବାକୁ ହେବ । ସମସ୍ତେ ମିଶି ଏହି ୧୦୦ କୋଟି ଟଙ୍କା ତାଙ୍କୁ ଦେବା ପାଇଁ ସେ ଦାବି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.