Below header

ସୁସ୍ଥ ହୋଇ ନାହାଁନ୍ତି ଅମିତାଭ ବଚ୍ଚନ, ମିଛ ଖବର ପ୍ରଚାରିତ ହେବା ପରେ ଟ୍ଵିଟ୍‌ କରି ପ୍ରଶଂସକଙ୍କୁ ଜଣାଇଲେ ବିଗ୍ ‘ବି’

ମୁମ୍ବାଇ : ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଅମିତାଭ ବଚ୍ଚନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ନାହାଁନ୍ତି । ଏବେ ବି ସେ ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି ବୋଲି ଟ୍ଵିଟ କରି ନିଜେ ଜଣାଇଛନ୍ତି ଅମିତାଭ ବଚ୍ଚନ । କିଛି ସମୟ ତଳେ ଅମିତାଭ ବଚ୍ଚନଙ୍କ ସୁସ୍ଥତା ସମ୍ପର୍କରେ ସୋସିଆଲ୍‌ ମିଡିଆରେ ଖବର ଭାଇରାଲ୍‌ ହୋଇଥିଲା ।

ସେ ଖୁବ୍‌ ଶୀଘ୍ର ଘରକୁ ଫେରିବେ ବୋଲି ସୋସିଆଲ୍‌ ମିଡିଆରେ ପ୍ରକାଶ ପାଇବା ପରେ ଅମିତାଭ୍‌ ନିଜେ ତାଙ୍କର ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଟ୍ଵିଟ୍‌ କରି ଏହା ଜଣାଇଛନ୍ତି । କିଛି ସମୟ ତଳେ ଅମିତାଭଙ୍କ ସୁସ୍ଥ ହେବା ସମ୍ପର୍କରେ ସୋସିଆଲ୍‌ ମିଡିଆରେ ଖବର ପ୍ରକାଶ ପାଇବା ପରେ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା । ପ୍ରଶଂସକମାନେ ଏହି ଖବର ନେଇ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଦେଇଥିଲେ ।

ଅମିତାଭଙ୍କ ଦୃଷ୍ଟିକୁ ଏହି କଥା ଆସିବା ପରେ ସେ ନିଜେ ଟ୍ଵିଟ୍‌ କରି ତାଙ୍କର ଅସୁସ୍ଥତା ସମ୍ପର୍କରେ କହିଛନ୍ତି । ପ୍ରକାଶଯୋଗ୍ୟ ଯେ କରୋନାରେ ସଂକ୍ରମିତ ହେବା ପରେ ଅମିତାଭଙ୍କ ସହ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ନାତୁଣୀ ଆରାଧ୍ୟା ମଧ୍ୟ ଏବେ ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.