ରାସ୍ତା ନେଲା ଜୀବନ : କାଦୁଅରେ ଭର୍ତ୍ତି ରାସ୍ତା ପାଇଁ ଆସିଲାନି ଆମ୍ବୁଲାନ୍ସ

ମାଲକାନଗିରି : କାଦୁଅ ଭର୍ତ୍ତି ରାସ୍ତାରେ ଭାରରେ ମେଡିକାଲ ଗଲାବେଳେ ଅଧାବାଟରେ ଗଲା ଜୀବନ। ମୃତକ ଜଣକ ମାଲକାନଗିରି ଖଇରପୁଟ ବ୍ଲକ କାଦଗୁଡ଼ା ଗାଁର ଜମ୍ବତି କଂସାରୀ। ଗତକାଲି ହତାଠ୍ ଜମ୍ବତିଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ମେଡିକାଲ ନେବାପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ ଗାଁ ରାସ୍ତାଟି କାଦୁଅରେ ଭର୍ତ୍ତି ହୋଇଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା। ଫଳରେ ପରିବାର ଲୋକେ ଏକ ଖଟିଆରେ ଜମ୍ବତିଙ୍କୁ ବୋହି ଲମତାଗୁଡା ଗାଁ ନିକଟରେ ଟକି ରହିଥିବା ଆମ୍ବଲାନ୍ସ ପାଖକୁ ଆଣିଥିଲେ। ସେଠାରୁ ତାଙ୍କୁ ନିଆଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେତେବେଳକୁ ବହୁତ ଡ଼େରି ହୋଇଯାଇଥିଳା। ତାଙ୍କୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.