ପ୍ରକାଶ ପାଇଲା ଏମସ୍‌ ପରୀକ୍ଷା ଫଳ

ଭୁବନେଶ୍ୱର(କେନ୍ୟୁଜ୍): ପ୍ରକାଶ ପାଇଛି ଏମସ୍‌ ପରୀକ୍ଷା ଫଳ । ଭୁବନେଶ୍ୱର ସହିତ ଦେଶରେ ଥିବା ୧୫ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମସର ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏମବିବିଏସ ଓ ବିଡିଏସ ପରୀକ୍ଷା ଦେଇ ଭଲ ର‍୍ୟାଙ୍କ ରଖି କୃତକାଯ୍ୟର୍ ହୋଇଥିବା ଛାତ୍ରଛାତ୍ରୀ ଏଥିରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହେବେ । ଚଳିତ ବର୍ଷ ଦେଶର ୧୫୧ଟି ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପାଖାପାଖି ୩ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଡିଶାରୁ ପ୍ରାୟ ୧୯ ହଜାର ୨୬୨ ଜଣ ପରୀକ୍ଷାର୍ଥୀ ଏମ୍‌ସ ପରୀକ୍ଷା ଦେଇଥିଲେ । ଗତ ମେ ମାସ ୨୫ ଓ ୨୬ ଦୁଇ ଦିନ ଧରି ସାରା ରାଜ୍ୟରେ ଅନୁଷ୍ଠିତ ହୋଇଥିଲା ପରୀକ୍ଷା । ଜୁନ୍‌ ଶେଷ ସପ୍ତାହରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାର ସୂଚନା ରହିଛି । ଭୁବନେଶ୍ୱର ସମେତ ଦେଶରେ ଥିବା ୧୫ଟି ଏମସର ୧୨୦୭ ଏମବିବିଏସ୍‌ ଓ ବିଡିଏସ୍‌ ସିଟରେ ନାମ ଲେଖାଇବା ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦିଲ୍ଲୀ ଏମସରେ ୧୦୭ ସିଟ ଥିବା ବେଳେ ଭୋପାଲ, ଭୁବନେଶ୍ୱର,ଗୁଣ୍ଟୁର, ଯୋଧପୁର, ନାଗପୁର, ପାଟଣା, ରାୟପୁର ଓ ଋଷିକେଶ ଏମସ୍‌ରେ ଶହେଟି ଲେଖାଏଁ ସିଟ ରହିଛି। ଭଟିଣ୍ଡା, ଗୋରଖପୁର, କଲ୍ୟାଣୀ, ବରେଲୀ, ଦେଓଗଡ ଓ ତେଲେଙ୍ଗାନା ଏମସ୍‌ରେ ୫୦ଟି ଲେଖାଏଁ ସିଟ୍‌ରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.