Below header

୧ ଲକ୍ଷ ଦୀପ ଜାଳି ସଜାଇଲେ ମନ୍ଦିର ପରିସର, ଭକ୍ତଙ୍କ ଭକ୍ତିର ଅଦ୍ଭୁତ ଦୃଶ୍ୟ

ମନ୍ଦିରରେ ରାମ ଭକ୍ତଙ୍କ ଭିଡ଼ ଲାଗିଥିଲା , ମନ୍ଦିରରେ କଳସ ଯାତ୍ରା ସହ ହୋମ ଯଜ୍ଞ, ହନୁମାନ ଚାଳିଶା ପାଠ ଓ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା ଏହା ସହିତ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବଡ଼ଦାଣ୍ଡରେ ଗାୟତ୍ରୀ ପରିବାର ଅଧ୍ୟକ୍ଷତାରେ ସାଧାରଣ ଲୋକଙ୍କ ସହଯୋଗରେ ୧ ଲକ୍ଷ ଦୀପ ପ୍ରଜ୍ୱଳିତ କରାଯାଇଥିଲା ।

୧ ଲକ୍ଷ ଦୀପରେ ସଜାଯାଇଛି ମନ୍ଦିର ପରିସର । ଦେଖିଲେ ଆଖି ଲାଖି ରହି ଯାଉଛି । ସନ୍ଧ୍ୟା ସମୟରେ ଏ ସୁନ୍ଦର ଦୃଶ୍ୟ ସମସ୍ତଙ୍କୁ ମନ ମୋହୁଛି । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ କେନ୍ଦୁଝର ଜିଲ୍ଲା ଉତ୍ସବମୁଖର ହୋଇ ଉଠିଥିଲା । ମନ୍ଦିରରେ ରାମ ଭକ୍ତଙ୍କ ଭିଡ଼ ଲାଗିଥିଲା , ମନ୍ଦିରରେ କଳସ ଯାତ୍ରା ସହ ହୋମ ଯଜ୍ଞ, ହନୁମାନ ଚାଳିଶା ପାଠ ଓ ପ୍ରସାଦ ସେବନର ବ୍ୟବସ୍ତା କରାଯାଇଥିଲା ଏହା ସହିତ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବଡ଼ଦାଣ୍ଡରେ ଗାୟତ୍ରୀ ପରିବାର ଅଧ୍ୟକ୍ଷତାରେ ସାଧାରଣ ଲୋକଙ୍କ ସହଯୋଗରେ ୧ ଲକ୍ଷ ଦୀପ ପ୍ରଜ୍ୱଳିତ କରାଯାଇଥିଲା । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ବହୁ ଆଡମ୍ବରରେ ପାଳନ କରିଥିଲେ କେନ୍ଦୁଝର ବାସିନ୍ଦା ।

ଅନ୍ୟପଟେ ରାଉରକେଲା ସହରବାସୀ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରିଥିଲେ । ଏଠାରେ ଏକ ବଡ଼ ଦୀପକୁ ନେଇ ଶୋଭାଯାତ୍ରା ହୋଇଥିଲା । ୧୨ ଫୁଟ ଓସାର ୧୨ଫୁଟ ଲମ୍ବ ଓ ପାଞ୍ଚ ଫୁଟ୍ ଉଚ୍ଚତା ବିଶିଷ୍ଟ ଦୀପ ରାଉରକେଲା ଏୟାରପୋର୍ଟ ରାସ୍ତା ଦେଇ ରାଉରକେଲା ରିଙ୍ଗ ରୋଡ଼ରେ ହନୁମାନ ବାଟିକାରେ ହନୁମାନଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ଥାପନା କରଯାଇଥିଲା । ସାଢେ଼ ଛ ହଜାର ଲିଟର ଘିଅରେ ଏହି ଦୀପ ଆସନ୍ତା ୪୫ ଦିନ ଧରି ଜଳିବ ବୋଲି କୁହାଯାଇଛି । ଏହି ଶୋଭାଯାତ୍ରାରେ ଛୋଟ ଛୋଟ ପିଲା ନିଜକୁ ପ୍ରଭୁ ରାମଚନ୍ଦ୍ର , ଲକ୍ଷ୍ମଣ ଓ ସୀତାଙ୍କ ସମେତ ରାମଙ୍କ ପରମ ଭକ୍ତ ହନୁମାନଙ୍କ ବେଶଭୂଷାରେ ନିଜକୁ ସଜାଇ ଶୋଭାଯାତ୍ରା ରେ ସାମିଲ କରିଥିଲେ ।

ସେହିପରି ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ପ୍ରଭୁ ଶ୍ରୀ ରାମଙ୍କ ୪୦ଫୁଟର ମୁରୁଜରେ ଚିତ୍ର ପ୍ରସ୍ତୁତ କରାଯାଇଥିଲା l ପୁରୀରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଯୁବବାହିନୀ ପକ୍ଷରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଶ୍ରୀ ରାମଙ୍କ ଚିତ୍ର ମୁରୁଜରେ ଅଙ୍କାଯାଇଥିଲା । ୧ ହଜାର ଆଠଟି ଦୀପ ଏବଂ ୧୦ ଫୁଟର ଏକ ଧୂପକାଠି ଲଗାଯାଇଥିଲା l ପୁରୀର ବାସିନ୍ଦା ଏବଂ ଭକ୍ତମାନେ ଅତି ନିଆରା ଢଙ୍ଗରେ ରାମଙ୍କ ପ୍ରତିଷ୍ଠା ଦିବସକୁ ପାଳନ କରିଥିଲେ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.