ଗ୍ଲୁଟେନ୍ ଫ୍ରି ଖାଦ୍ୟ କ’ଣ ? ଏହାର ଉପକାରିତା ଦେବ ଅନେକ ଲାଭ

ଗ୍ଲୁଟେନ୍ ହେଉଛି ଏକ ପ୍ରକାର ପ୍ରୋଟିନ୍ ଯାହା ଗହମ ଏବଂ ରାଇ ଇତ୍ୟାଦି କେତେକ ଶସ୍ୟରେ ମିଳିଥାଏ । ଗ୍ଲୁଟେନ୍ ଫ୍ରି ଡାଇଟସ୍‌ ସେଲିଆକ୍ ରୋଗ ସହିତ ଜଡିତ ରହିଥାଏ । ଯଦି ଆପଣଙ୍କର ଏକ ଗ୍ଲୁଟେନ୍ ରିଲେଟେଡ୍‌ କିଛି ଅସୁବିଧା ଅଛି, ତେବେ ଆପଣ ଗ୍ଲୁଟେନ୍ ଯୁକ୍ତ ଖାଦ୍ୟକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିବା ଉଚିତ୍ ।

ଗ୍ଲୁଟେନ୍ ଫ୍ରି ଡାଏଟ୍ ହେଉଛି ସେହି ଡାଏଟ୍ ଯେଉଁ ଖାଦ୍ୟରେ ଗ୍ଲୁଟେନ୍ ଥାଏ । ଗ୍ଲୁଟେନ୍ ହେଉଛି ଏକ ପ୍ରକାର ପ୍ରୋଟିନ୍ ଯାହା ଗହମ ଏବଂ ରାଇ ଇତ୍ୟାଦି କେତେକ ଶସ୍ୟରେ ମିଳିଥାଏ । ଗ୍ଲୁଟେନ୍ ଫ୍ରି ଡାଇଟସ୍‌ ସେଲିଆକ୍ ରୋଗ ସହିତ ଜଡିତ ରହିଥାଏ । କିନ୍ତୁ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅବସ୍ଥା ଯେପରିକି ନ୍‌ନ୍‌ ସେଲିଆକ୍ ଗ୍ଲୁଟେନ୍ ସେନ୍ସଟିଭ୍‌ ମଧ୍ୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣଙ୍କର ଏକ ଗ୍ଲୁଟେନ୍ ରିଲେଟେଡ୍‌ କିଛି ଅସୁବିଧା ଅଛି, ତେବେ ଆପଣ ଗ୍ଲୁଟେନ୍ ଯୁକ୍ତ ଖାଦ୍ୟକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିବା ଉଚିତ୍ । ଯଦି ଆପଣ ଏହା ନକରନ୍ତି, ତେବେ ଆପଣ ଅନେକ ସମସ୍ୟା ଏବଂ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ ଆପଣ ଯେତେବେଳେ ମଧ୍ୟ ନିଜର ଖାଦ୍ୟ ଚୟନ କରୁଛନ୍ତି, ସେତେବେଳେ ଧ୍ୟାନ ଦିଅନ୍ତୁ ଯେପରି ସେହି ଖାଦ୍ୟ ଗ୍ଲୁଟେନ୍ ଫ୍ରି ହୋଇଥିବ । ତାହେଲେ ଆସନ୍ତୁ ଜାଣିବା ଯେ ଗ୍ଲୁଟେନ୍ ଫ୍ରି ଖାଦ୍ୟ ଖାଇବାର ଲାଭ କ’ଣ ?

ଗ୍ଲୁଟେନ୍ ଫ୍ରି ଖାଦ୍ୟର ଲାଭ କ’ଣ ?
ହେଲ୍ଥଲାଇନ ଅନୁଯାୟୀ ଗହମ ପରି ଦ୍ରବ୍ୟରେ ପ୍ରୋଟିନ୍ ଗ୍ଲୁଟେନ୍ ମିଳିଥାଏ ଏବଂ ଏହା ଅନେକ ଲୋକଙ୍କର ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ତେବେ ଗ୍ଲୁଟେନ୍ ଫ୍ରି ଡାଏଟ୍ ଫଲୋ କରୁଥିବା ଲୋକମାନେ ସେମାନଙ୍କ ଖାଦ୍ୟରେ ଅଧିକ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରନ୍ତି କାରଣ ଫଳ ଏବଂ ପନିପରିବା ଗ୍ଲୁଟେନ୍ ଫ୍ରି ରହିଥାଏ । ଏହା ସହ ଏଥିରୁ ସେମାନଙ୍କୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ତେବେ ଏହି ଡାଏଟ୍‌ରେ ରହିବ ସମୟରେ ବହାରର ଜଙ୍କ୍‌ ଫୁଡ ଖାଇବା ଠାରୁ ଦୂରେଇ ରହିବା ଉଚିତ । ଗ୍ଲୁଟେନ୍ ଯୁକ୍ତ ଡାଏଟ୍ ମାଧ୍ୟମରେ ଆମେ ଅଧିକ ମିନିରଲ୍ସ, ଭିଟାମିନ୍, ଆଣ୍ଟିଅକ୍ସିଡାଣ୍ଟ ଖାଇଥାଉ । ଯାହା ଦ୍ୱାରା ଆପଣ ଭାଇରାଲ ଡିଜିଜ୍‌ ଠାରୁ ବଞ୍ଚି ରହିବେ । ତେବେ ଗ୍ଲୁଟେନ୍ ଫ୍ରି ଖାଦ୍ୟ ହାର୍ଟ ଆଟାକ୍‌,କ୍ୟାନ୍‌ସର ଏବଂ ଅନ୍ୟ ରୋଗର ସମ୍ଭାବନାକୁ କମ କରିଥାଏ । ଓଜନ କମ କରିବାରେ ମଧ୍ୟ ଏହା ଲାଭଦାୟକ ହୋଇଥାଏ ।

ଗ୍ଲୁଟେନ୍ ଫ୍ରି ଖାଦ୍ୟ ଖାଇବାର କ୍ଷତି :
ଗ୍ଲୁଟେନ୍ ଫ୍ରି ଡାଏଟ୍ କରୁଥିବା ଲୋକଙ୍କ ଖାଦ୍ୟରେ ଫାଇବରର ଅଭାବ ରହିଥାଏ । ତେବେ ଏହି ଡାଏଟ୍ କରୁଥିବା ଲୋକଙ୍କଠାରେ ଟାଇପ୍-୨ ଡାଇଭେଟିସ୍‌ ହେବାର ଆଶଙ୍କା ବଢିଯାଏ । ଏହି ଖାଦ୍ୟରେ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ପୋଷକ ତତ୍ତ୍ୱର ଅଭାବ ଥାଏ । ଗ୍ଲୁଟେନ୍ ଫ୍ରି ଡାଏଟ୍ ଅନୁସରଣ କରୁଥିବା ଲୋକମାନେ କୋଷ୍ଠକାଠିନ୍ୟ ସମସ୍ୟାରେ ପୀଡିତ ହୋଇପାରନ୍ତି । ସେଥିପାଇଁ ଏହି ପରି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.