ହ୍ଵାଟ୍ସଆପରେ କମ୍‌ ଖର୍ଚ୍ଚ ହେବ ଡାଟା, ଗୋଟିଏ ମିନିଟରେ ଟ୍ରାନ୍ସଫର ହେବ ଫାଇଲ୍‌

ବର୍ତ୍ତମାନ ସୁଦ୍ଧା ହ୍ଵାଟ୍ସଆପରେ ବଡ଼ ଫାଇଲ୍, ଫଟୋ ଏବଂ ଭିଡିଓ ଟ୍ରାନ୍ସଫର ପାଇଁ ଅନେକ ଡାଟା ଖର୍ଚ୍ଚ ହେଉଛି । ୟୁଜରମାନଙ୍କୁ ସୁବିଧାକୁ ଧ୍ୟାନରେ ରଖି ହ୍ଵାଟ୍ସଆପ୍ ବର୍ତ୍ତମାନ ଏକ ଫିଚର ଆଣିବାକୁ ଯାଉଛି ଯେଉଁଥିରେ ବଡ଼ ବଡ଼ ଫାଇଲ୍, ଫଟୋ ଏବଂ ଭିଡିଓ ପଠାଇବା ସମୟରେ ବହୁତ କମ୍ ଡାଟା ଖର୍ଚ୍ଚ ହେବ ।

ହ୍ଵାଟ୍ସଆପ୍ ଅନେକ ସମୟରେ ୟୁଜର ଫ୍ରେଣ୍ଡଲି ଫିଚର୍‌ ଆଣିଥାଏ । ତେବେ ବର୍ତ୍ତମାନ ସୁଦ୍ଧା ହ୍ଵାଟ୍ସଆପରେ ବଡ଼ ଫାଇଲ୍, ଫଟୋ ଏବଂ ଭିଡିଓ ଟ୍ରାନ୍ସଫର ପାଇଁ ଅନେକ ଡାଟା ଖର୍ଚ୍ଚ ହେଉଛି । ୟୁଜରମାନଙ୍କୁ ସୁବିଧାକୁ ଧ୍ୟାନରେ ରଖି ହ୍ଵାଟ୍ସଆପ୍ ବର୍ତ୍ତମାନ ଏକ ଫିଚର ଆଣିବାକୁ ଯାଉଛି ଯେଉଁଥିରେ ବଡ଼ ବଡ଼ ଫାଇଲ୍, ଫଟୋ ଏବଂ ଭିଡିଓ ପଠାଇବା ସମୟରେ ବହୁତ କମ୍ ଡାଟା ଖର୍ଚ୍ଚ ହେବ ।

ସୂଚନା ଥାଉ କି ହ୍ଵାଟ୍ସଆପର ଏହି ଫିଚର ଆଣ୍ଡ୍ରଏଡ୍ ଫୋନରେ ଥିବା ନିଅର ବାଏ ସେୟାର ଫିଚର ପରି ହେବ । ଯେଉଁଥିରେ ହ୍ଵାଟ୍ସଆପ୍‌ ଦ୍ୱାରା ନିକଟରେ ଥିବା ଦୁଇଟି ଡିଭାଇସ୍ ପରସ୍ପରକୁ ଡାଟା ସେୟାର କରି ପାରିବେ ।

ରିପୋର୍ଟ ଅନୁଯାୟୀ, ଏହି ଅପକମିଂ ଫାଇଲ୍ ସେୟାରିଂ ଫିଚର ବର୍ତ୍ତମାନ ହ୍ଵାଟ୍ସଆପ୍ ବିଟା ଆଣ୍ଡ୍ରଏଡ୍ 2.24.2.17 ଅପଡେଟ୍ ରେ ମିଳୁଛି । ହ୍ଵାଟ୍ସଆପରେ ଫାଇଲ୍ ଟ୍ରାନ୍ସଫର ଏବଂ ରିସିଭ୍‌ କରିବା ପାଇଁ ଏକ ଭିନ୍ନ ଅପ୍ସନ ରହିବ । ଏଥିରେ ପ୍ରଥମେ ଆପଣଙ୍କୁ ଏକ ଫାଇଲ୍ ଟ୍ରାନ୍ସଫର ରିକ୍ୱେଷ୍ଟ ଜେନେରେଟ୍‌ କରିବାକୁ ପଡିବ, ଯାହାକୁ କଣ୍ଟାକ୍ଟ ଲିଷ୍ଟରେ ଥିବା ଯେକୌଣସି ୟୁଜରଙ୍କୁ ପଠାଇବାକୁ ପଡିବ । ଏହା ପରେ ୟୁଜରଙ୍କୁ ରିକ୍ୱେଷ୍ଟ ଆକ୍ସେପ୍ଟ କରିବାକୁ ପଡିବ । ଟେକ୍ସଟ୍ ମେସେଜ୍ ଏବଂ କଲ୍ ପରି ହ୍ଵାଟ୍ସଆପ୍‌ ଫାଇଲ୍ ଟ୍ରାନ୍ସଫର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ ହେବ ।

ହ୍ଵାଟ୍ସ ଆପ୍ ଫାଇଲ୍ ସେୟାରିଂ ଫିଚର ଡେଭଲପମେଣ୍ଟ ଫେଜରେ ଅଛି । ନିକଟରେ ହ୍ଵାଟ୍ସଆପ୍ ଚ୍ୟାନେଲଗୁଡିକ ପାଇଁ ନୂଆ ସୁବିଧା ଆରମ୍ଭ ହୋଇଛି, ଯାହା ୟୁଜରମାନଙ୍କୁ ଭଏସ୍ ଅପଡେଟ୍ ପଠାଇବାକୁ ଏବଂ ଚ୍ୟାନେଲଗୁଡିକ ପାଇଁ ପୋଲ୍ ତିଆରି କରିବା ପାଇଁ ସୁବିଧା ଦେଇଥାଏ । ଏହି ଫିଚରରେ ‘କ୍ୟାଲେଣ୍ଡର ସର୍ଚ୍ଚ ‘ ପରି ଅପ୍ସନ ମିଳୁଛି, ଯାହା ୟୁଜରଙ୍କ ପାଇଁ ପୁରୁଣା ମେସେଜ୍‌ ଖୋଜିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.