ମୁମ୍ବାଇ: ରେଳଧାରଣାରେ କାମ କରୁଥିବା ବେଳେ ମାଡ଼ିଗଲା ଲୋକାଲ ଟ୍ରେନ୍‌, ଚାଲିଗଲା ୩ କର୍ମଚାରୀଙ୍କ ଜୀବନ

ମହାରାଷ୍ଟ୍ରର ମୁମ୍ବାଇରେ ଲୋକାଲ ଟ୍ରେନ୍‌ ସଂସ୍ପର୍ଶରେ ଆସି ୩ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ରେଲୱେ ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଜିଆର୍‌ପି ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ମହାରାଷ୍ଟ୍ରର ମୁମ୍ବାଇରେ ଲୋକାଲ ଟ୍ରେନ୍‌ ସଂସ୍ପର୍ଶରେ ଆସି ୩ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ରେଲୱେ ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ଜିଆର୍‌ପି ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏହାପରେ ପୋଲିସ ମୃତଦେହଗୁଡ଼ିକୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା ।

ଅଧିକାରୀମାନେ କହିଛନ୍ତି ଯେ ରେଲୱେର ୩ ଜଣ କର୍ମଚାରୀ ମୁମ୍ବାଇ ନିକଟସ୍ଥ ରେଳଧାରଣାରେ କାମ କରୁଥିଲେ । ସେହି ସମୟରେ ଯାଉଥିବା ଏକ ଲୋକାଲ ଟ୍ରେନ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଏଥିରେ ୩ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଛି ।

ରେଲୱେ ପ୍ରଶାସନ ମୁତାବକ, ମୃତକମାନଙ୍କୁ ଚିହ୍ନଟ କରାଯାଇଛି । ସେମାନେ ହେଲେ, ମୁଖ୍ୟ ସିଗ୍ନାଲିଙ୍ଗ୍‌ ଇନ୍ସପେକ୍ଟର ବାସୁ ମିତ୍ରା, ଇଲେକ୍ଟ୍ରିକାଲ ସିଗ୍ନାଲିଙ୍ଗ୍‌ ମେଣ୍ଟେନର ସୋମନାଥ ଉତ୍ତମ ଲାମ୍ବୁତ୍ରେ ଓ ହେଲ୍‌ପର ସଚିନ ଓ୍ଵାନଖଡେ ।

ଏହି ଘଟଣା ପରେ ମଣ୍ଡଳ ରେଳ ପ୍ରବନ୍ଧକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପହଞ୍ଚି ମୃତକମାନଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି । ପଶ୍ଚିମ ରେଲୱେର ଅଧିକାରୀମାନେ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହି ୩ କର୍ମଚାରୀଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି । ଏହାସହିତ ତତ୍କାଳୀନ ସହାୟତା ରୂପେ ପ୍ରତ୍ୟେକ ପୀଡ଼ିତ ପରିବାରକୁ ୫୫ ହଜାର ଟଙ୍କା ରାଶି ଉପଲବ୍ଧ କରାଇଛନ୍ତି ଏବଂ ଆଗକୁ ମଧ୍ୟ ସବୁସମ୍ଭବ ସହାୟତା କରାଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.