ଜାଣିଛନ୍ତି କି ଗୋଟିଏ ଟୋଲ ପ୍ଲାଜାର କେତେ ଦୂରରେ ରହିବା ଦରକାର ଆଉ ଗୋଟେ ଟୋଲ

ଯଦି ଜାଣିଛନ୍ତି ତ ଠିକ୍‌ ଅଛି କିନ୍ତୁ ଯଦି ଜାଣିନାହାଁନ୍ତି ତାହେଲେ ଜାଣନ୍ତୁ ।

ଜାଣିଛନ୍ତି କି ଗୋଟିଏ ଟୋଲ ପ୍ଲାଜାର କେତେ ଦୂରରେ ରହିବା ଦରକାର ଆଉ ଗୋଟେ ଟୋଲପ୍ଲାଜା । ଯଦି ଜାଣିଛନ୍ତି ତ ଠିକ୍‌ ଅଛି କିନ୍ତୁ ଯଦି ଜାଣିନାହାଁନ୍ତି ତାହେଲେ ଜାଣନ୍ତୁ । ଭାରତରେ ପ୍ରତି ବର୍ଷ ରାସ୍ତାର ଦୂରତାକୁ ବୃଦ୍ଧି କରାଯାଉଛି । ଅନେକ ଏମିତି ଏକ୍ସପ୍ରେସୱେ ତିଆରି ହୋଇଛି ଯାହା ଦୁଇଟି ସହରର ଦୂରତାକୁ ପାଖାପାଖି ଅଧା କରିଦେଇଛି ।

ଆଉ ଏମିତି ରାସ୍ତା ନିର୍ମାଣ ପାଇଁ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରନ୍ତି, ଯାହାର ଆଦାୟ କରିବା ପାଇଁ ରାସ୍ତାରେ ଟୋଲ ଟ୍ୟାକ୍ସ ସଂଗ୍ରହ କରାଯାଏ ।

ଆପଣ ନିଶ୍ଚିତ ଭାବରେ ପ୍ରତ୍ୟେକ ଏକ୍ସପ୍ରେସୱେରେ ଏହିପରି ଅନେକ ଟୋଲ୍ ବୁଥ୍ ଦେଖିଥିବେ, ଯାହାକୁ କ୍ରସ୍‌ କରି ଯିବାକୁ ହେଲେ ଆପଣଙ୍କୁ ଟୋଲ୍ ଟ୍ୟାକ୍ସ ଦେବାକୁ ପଡିଥାଏ, ଯାହା ଆପଣଙ୍କ କାରରେ ଲଗାଯାଇଥିବା ଫାଷ୍ଟାଗରୁ କଟିଯାଇଥାଏ ।

ଟୋଲ ସମ୍ବନ୍ଧରେ ସରକାର ଅନେକ ନିୟମ ମଧ୍ୟ ସ୍ଥିର କରିଛନ୍ତି, ଏହି ନିୟମ ଲୋକମାନଙ୍କ ପାଇଁ ଏବଂ ଟୋଲ ବୁଥ ଅପରେଟରଙ୍କ ପାଇଁ ରହିଛି ।

ଟୋଲ୍ ବୁଥଗୁଡିକର ଦୂରତା ବିଷୟରେ ମଧ୍ୟ ଏକ ନିୟମ ଅଛି, ଅର୍ଥାତ୍ ଦୁଇଟି ଟୋଲ୍ ବୁଥ୍ ମଧ୍ୟରେ ଦୂରତା କ’ଣ ହେବ ତାହା ସ୍ଥିର ହୋଇସାରିଛି ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ ହୋଇଛି ଯେ, ପ୍ଲାଜା ପାର ହେବା ପରେ ୬୦ କିଲୋମିଟର ପର୍ଯ୍ୟନ୍ତ କୌଣସି ଦ୍ୱିତୀୟ ଟୋଲ କରାଯାଇପାରିବ ନାହିଁ ।

ଏହି ବ୍ୟବସ୍ଥା ଦେଶର ସମସ୍ତ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ଲାଗୁ ହୋଇଛି । ରାଜ୍ୟଗୁଡିକର ଟୋଲ୍ ନିଜ ନିୟମ ଅନୁଯାୟୀ କାର୍ଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.