Below header

ଜମିକୁ ଯିବା ପାଇଁ ରାସ୍ତା ଦେଲେନି ବୋଲି ମନ୍ଦିରକୁ ଫୋପାଡ଼ିଲେ ଟେକା, ପଥର

ମନ୍ଦିରକୁ ଟେକା, ପଥର ଫୋପାଡ଼ିବା ସହ ମାଙ୍କୁ ଅପମାନିତ କରି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି ଯୁବକ ଜଣକ ଯାହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ମନ୍ଦିର ପୂଜକ । ଏବେ ମନ୍ଦିର ପୂଜକଙ୍କ ଅଭିଯୋଗ କ୍ରମେ ବନ୍ଧା ହୋଇଛନ୍ତି ଯୁବକ ଜଣକ ।

କାକଟପୁର : ଜମିକୁ ଯିବା ପାଇଁ ଦରକାର ଥିଲା ରାସ୍ତା । ମନ୍ଦିର ଥିବାରୁୂ ତାଙ୍କୁ ସେହି ରାସ୍ତା ଦେଇ ଯିବା ପାଇଁ ମନା କରୁଥିଲେ ସ୍ଥାନୀୟ ଲୋକେ । ଏଥିରେ ରାଗିଯାଇ ଯୁବକ ଜଣକ ଯାହା କରିଛନ୍ତି ତାହା ଆପଣ ଶୁଣିଲେ ବିଶ୍ୱାସ କରିପାରିବେନି । ମନ୍ଦିରକୁ ଟେକା, ପଥର ଫୋପାଡ଼ିବା ସହ ମାଙ୍କୁ ଅପମାନିତ କରି କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିଛନ୍ତି ଯୁବକ ଜଣକ ଯାହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ମନ୍ଦିର ପୂଜକ । ଏବେ ମନ୍ଦିର ପୂଜକଙ୍କ ଅଭିଯୋଗ କ୍ରମେ ବନ୍ଧା ହୋଇଛନ୍ତି ଯୁବକ ଜଣକ । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନା ଅନୁଯାୟୀ କାକଟପୁର ଥାନା ଅନ୍ତର୍ଗତ ଲତାହାରଣ ପଂଚାୟତର ବାଙ୍କେଶ୍ୱର ଗ୍ରାମର ମା ଚାଚଖାଇ ଠାକୁରାଣୀ ମନ୍ଦିର ଉପରକୁ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଶେଖ କରାମତ ଅଲି ଆକ୍ରମଣ କରିଥିବା କାକଟପୁର ଥାନାରେ ଅଭିଯୋଗ ହୋଇଛି । ତେବେ ମନ୍ଦିର ନିକଟରେ ଶେଖ କରାମତ ଅଲିଙ୍କ ପିତାଙ୍କର ଏକ ଜମି ରହିଛି । ସେହି ଜମିକୁ ରାସ୍ତା ନେବାପାଇଁ ମନ୍ଦିର ରହିଥିବା ଜାଗାରୁ କିଛି ଜାଗା ଗ୍ରାମବାସୀଙ୍କୁ ମାଗିଥିଲେ କିନ୍ତୁ ତାହା ଗ୍ରାମବାସୀଙ୍କ ନିକଟରେ ବିଚାର ଧୀନ ଅବସ୍ଥାରେ ରହିଛି । ଜମିଜମାକୁ କେନ୍ଦ୍ରକରି ଶେଖ କରାମତ ଅଲି ଆଜି ସକାଳୁ ମନ୍ଦିର ନିକଟରେ ପହଞ୍ଚି ମନ୍ଦିରର ତାଲା ଭାଙ୍ଗି,ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଆଉ ମନ୍ଦିର ଭିତରକୁ ଟେକା ପଥର ମାଡ଼ କରିବା ସହ ଅନେକ ଆପତି ଜନକ ମନ୍ତବ୍ୟ ଦେଇଥିବା କାକଟପୁର ଥାନାରେ ମନ୍ଦିର ପୂଜକ ସମୀର ବାରିକ ଅଭିଯୋଗ କରିଛନ୍ତି ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ପହଞ୍ଚି ଏହାକୁ ଘୋର ନିନ୍ଦା କରିଛନ୍ତି ।ଏହି ଘଟଣାକୁ ନେଇ ମୁଖ୍ୟ ଅଭିଯୁକ୍ତ ଶେଖ କରାମତ ଅଲିକୁ ପୁଲିସ ଗିରଫ କରିଛି । ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ଯୋଗୁଁ ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ଏହି ଘଟଣା ଉପରେ ପ୍ରଶାସନ ତୀକ୍ଷଣ ନଜର ରଖିଛନ୍ତି ।ଏନେଇ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.