Below header

ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା, ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି । କେବେ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବ ସେନେଇ ପ୍ରଶାସନ କିଛି ସ୍ପଷ୍ଟ କରିନାହିଁ । ଗତକାଲି ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ସର୍କିଟ୍‌ ହାଉସରେ ପୁରୀର ବିକାଶ ଯୋଜନା ସଂପର୍କରେ ଉଚ୍ଛେଦ ପ୍ରକ୍ରିୟା ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ପ୍ରାଥମିକ ଅବସ୍ଥାରେ ଶ୍ରୀମନ୍ଦିର ଚାରିପାଖରେ ଥିବା ଏମାର ମାଠ, ଲଙ୍ଗୁଳି ମଠ, ଉତ୍ତରପାଶ୍ୱ ମଠ, ପଞ୍ଜାବୀ ମଠ ଗୁଡ଼ିକ ଉଚ୍ଛେଦ ହେବାର ସମ୍ଭାବନା ରହିଛି । ଏହି ମଠ ଗୁଡ଼ିକରେ ଦୀର୍ଘ ବର୍ଷ ବର୍ଷ ଧରି ଶହ ଶହ ଦୋକାନ ଘର ରହିଛି । ପ୍ରଶାସନ ଏହି ମଠ ମାନଙ୍କଠାରୁ ଦୋକାନ ଘର ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକର ତାଲିକା ମାଗିଥିବା ଜଣାପଡ଼ିଛି । ଉଚ୍ଛେଦ ପ୍ରକ୍ରିୟା ନେଇ ଜିଲ୍ଲା ପ୍ରଶାସନ କିମ୍ବା ପୌରସଂସ୍ଥାକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏନେଇ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.