ଫ୍ରାନ୍ସର ବ୍ୟାରିଜ୍‌ରେ ଆଜି ଜି-୭ ଶିଖର ସମ୍ମିଳନୀ, ଭାରତ ସଦସ୍ୟ ରାଷ୍ଟ୍ର ନଥିଲେ ବି ନିମନ୍ତ୍ରଣ ପାଇ ଯୋଗଦେଲେ ପ୍ରଧାନମନ୍ତ୍ରୀ

ଫ୍ରାନ୍ସ: ଫ୍ରାନ୍ସର ବ୍ୟାରିଜ୍‌ଠାରେ ଆଜି ଅନୁଷ୍ଠିତ ହେବ ଜି-୭ ଶିଖର ସମ୍ମିଳନୀ । ଏହି ଜି-୭ ରାଷ୍ଟ୍ର ଗୋଷ୍ଠୀରେ ଭାରତ ସଦସ୍ୟ ରାଷ୍ଟ୍ର ନଥିଲେ ମଧ୍ୟ ନିମନ୍ତ୍ରଣ ପାଇ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଗତକାଲି ଫ୍ରାନ୍ସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକ ପୂର୍ବରୁ ମୋଦି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ହେବ । କଶ୍ମୀର ପ୍ରସଙ୍ଗ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ ।

MODITRUMP1 କଶ୍ମୀର ପ୍ରସଙ୍ଗରେ ଆମେରିକାର କ’ଣ ରହିବ ଆଭିମୁଖ୍ୟ ? ମୋଦିଙ୍କ ସହ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ପୂର୍ବରୁ କହିଥିଲେ ଟ୍ରମ୍ପ । ଏନେଇ ନିଜ ଆଡୁ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ପ୍ରସ୍ତାବ ମଧ୍ୟ ଦେଇଥିଲେ । ତେବେ ମୋଦି-ଟ୍ରମ୍ପ ଆଲୋଚନାକୁ ନେଇ ଏବେ ଚିନ୍ତିତ ପାକିସ୍ତାନ । ୩୭୦ ଧାରା ଉଚ୍ଛେଦ ପରେ ଜାତିସଂଘ ଓ ବିଶ୍ୱମଞ୍ଚରେ ପାକିସ୍ତାନକୁ କୌଣସି ସୁଫଳ ମିଳିନାହିଁ । ଜି-୭ ବୈଠକ ଓ ଟ୍ରମ୍ପଙ୍କ ସହ ଆଲୋଚନା ପାକିସ୍ତାନର ପରବର୍ତ୍ତୀ ରଣନୀତିକୁ ମଧ୍ୟ ଫିକା କରିବା ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.