ମୁମ୍ବାଇର ବାର୍ ଡ୍ୟାନ୍ସର ବଦଳାଇ ଦେଲେ ମଧୁର ଭଣ୍ଡାରକରଙ୍କ ଜୀବନ, ଆଜି ତାଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ଅଜଣା କଥା

ମୁମ୍ବାଇ: ବଲିଉଡ୍ କୁ ‘ହିରୋଇନ୍’ ଭଳି ହିଟ୍ ଫିଲ୍ମ ଦେଇଥିବା ଡାଇରେକ୍ଟର ମଧୁର ଭଣ୍ଡାରକର ଆଜି ତାଙ୍କର ଜନ୍ମଦିନ ପାଳୁଛନ୍ତି । ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ମଧୁରଙ୍କ ସଂଘର୍ଷ ଏବଂ ସଫଳତାର କାହାଣୀ କୌଣସି ଫିଲ୍ମ ଠାରୁ କମ୍ ନୁହେଁ । ମଧୁରଙ୍କ ବାପା ବିଜୁଳୀ କଣ୍ଟ୍ରାକ୍ଟର ଥିଲେ । ମା ଜଣେ ଘରୋଇ ମହିଳା ଥିଲେ । ପରିବାରର ଆର୍ଥିକ ସ୍ଥିତି ଜମାରୁ ଭଲ ନଥିଲା । ବାପାଙ୍କ କାମ କେତେବେଳେ ଚାଲୁଥିଲା ତ କେତେବେଳେ ଚାଲୁନଥିଲା । ଆଜି ମଧ୍ୟ ମଧୁରଙ୍କୁ ଖରାପ ସମୟରେ ରୁଟି ଆଉ ପିଆଜକୁ ରୋଲ୍ କରି ଖାଇବା କଥା ମନେ ଅଛି । ଏହାସହିତ ଫିସ୍ ନଦେଇପାରିବା କାରଣରୁ ମଧୁରଙ୍କୁ ସ୍କୁଲରୁ ବାହାର କରିଦିଆଯାଥିଲା । ଏତେ ସବୁ ସମସ୍ୟା ଭିତରେ ମଧ୍ୟ ମଧୁରଙ୍କ ପିଲାଦନିରୁ ଫିଲ୍ମ ପ୍ରତି ଆଗ୍ରହ ରହିଥିଲା । ଏହି ଫିଲ୍ମ ନିଶା ପାଇଁ ମଧୁରଙ୍କ ବହୁଥର ପିଲା ଦିନେ ମାଡ ଏବଂ ଗାଳି ମଧ୍ୟ ଖାଇବାକୁ ପଡିଛି । କିନ୍ତୁ ମାଡ ଗାଳି ତାଙ୍କୁ ଅଟକାଇ ପାରିନଥିଲା ।

ଆସିଷ୍ଟାଣ୍ଡ ଭାବେ ପ୍ରଥମେ ଆରମ୍ଭ କରିଥିଲେ କ୍ୟାରିୟର:

Madhur_Bhandarkar୯୦ ଦଶକର କଥା, ବହୁତ କଷ୍ଟ କରିବା ପରେ ମଧୁରଙ୍କୁ ଆସିଷ୍ଟାଣ୍ଡର କାମ ମିଳିଥିଲା । କିନ୍ତୁ ଏଥି ପାଇଁ ତାଙ୍କୁ କୌଣସି ପାରିଶ୍ରମିକ ମିଳିନଥିଲା । ଲୋକେସନ୍ କୁ ଯିବା ଆସିବା ପାଇଁ ଖାଲି ତାଙ୍କୁ ୩୦ଟଙ୍କା ହିଁ ଦିଆଯାଉଥିଲା । ମୁମ୍ବାଇର ଫିଲ୍ମ ସିଟିରେ ହିଁ ସୁଟିଙ୍ଗ ହେଉଥିଲା । ସୁଟିଙ୍ଗ ସରିବା ପରେ ସବୁ ଜିନିଷ ଲୋଡ କରି ଟ୍ରକ୍ ରେ ମେନ୍ ରୋଡ ପର୍ଯ୍ୟନ୍ତ ଆସୁଥିଲେ ମଧୁର । ଏହି କଷ୍ଟମୟ ଜୀବନରେ ବଡ ପରିବର୍ତ୍ତନ ନେଇ ଆସିଲେ ରାମଗୋପାଳ ବର୍ମା । ସେହି ସମୟରେ ରାମ ଗୋପାଳ ବର୍ମା ରାତ୍ ଫିଲ୍ମ ବନାଉଥିଲେ । ଏହାପରେ ମଧୁର ତାଙ୍କ ସହିତ ହାଇଦ୍ରାବାଦ ଚାଲିଯାଇଥିଲେ । ମଧୁର ତାଙ୍କୁ ଆସିଷ୍ଟ କରିବାକୁ ଲାଗିଲେ । ଶିବା ଏବଂ ରଙ୍ଗିଲା ପର୍ଯ୍ୟନ୍ତ। ରଙ୍ଗିଲା ସେହି ଫିଲ୍ମ ଥିଲା ଯାହା ହିଟ୍ ହେବା ପରେ ମଧୁରଙ୍କୁ ଲାଗିଲା ଏବେ ସେ ମଧ୍ୟ ଫିଲ୍ମ କରିପାରିବେ । ଏହାପରେ ବହୁ କଷ୍ଟରେ ସେ ତ୍ରୀଶକ୍ତି ନାମକ ଏକ ଫିଲ୍ମ ତିଆରି କଲେ କିନ୍ତୁ ଦୁଃଖର କଥା ଫିଲ୍ମଟି କିଛି ଘଣ୍ଟା ପାଇଁ ହିଁ ସ୍ରିନ୍ ରେ ଦେଖାଯାଇଥିଲା ।

ଏହାସହ ପଢନ୍ତୁ :

ଅମିତାଭ ବଚ୍ଚନଙ୍କ ପ୍ରଥମ ତେଲୁଗୁ ଫିଲ୍ମ ‘Sai Ra Narasimha Reddy’ର ଟିଜର ଇଭେଣ୍ଟରେ ପହଁଚିଲେ…

Madhur-Bhandarkar filmଏହାପରେ ତାଙ୍କର ଇଜ୍ଜତର ମଜା ଉଡାଯାଇଥିଲା । ସମସ୍ତେ ତାଙ୍କର ଫୋନ୍ ଉଠାଇବା ବନ୍ଦ କରିଦେଲେ । ଫଳରେ ସେ ଟ୍ରେନ୍ ରେ ଯାତ୍ରା କରିବା ସମୟରେ ଲାଜ୍ଜରେ ପେପରରେ ମୁହଁ ଘୋଡାଇ ଯାତ୍ରା କରୁଥିଲେ । ମଧୁରଙ୍କ ପାଖରେ ସେହି ସମୟରେ ଖାଇବା ପାଇଁ ମଧ୍ୟ ଟଙ୍କା ନଥିଲା । ଜୀବନ ତାଙ୍କୁ ପୁଣି ସେହି ସ୍ଥାନରେ ଛିଡା କରିଦେଲେ ଯେଉଁଠାରେ ସେ ପ୍ରଥମରୁ ଥିଲେ ।

ମଧୁରଙ୍କ ଜୀବନ ବଦଳାଇ ଦେଲା ଡ୍ୟାନ୍ସ ବାର୍ :

Chandni-Bar filmଦୁଃଖରେ ଭାଙ୍ଗିପଡିଥିବା ମଧୁରଙ୍କର ଜଣେ ସାଙ୍ଗ ଯିଏକି ଷ୍ଟକ୍ ମାର୍କେଟରେ କାମ କରୁଥିଲେ । ସେ ବହୁଥର ମଧୁରଙ୍କୁ ସାହାର୍ଯ୍ୟ ମଧ୍ୟ କରିଥିଲେ । ଦିନେ ସେ ମଧୁରଙ୍କୁ ଏକ ଡ୍ୟାନ୍ସ ବାରକୁ ନେଇ ଯାଇଥିଲେ । ପ୍ରଥମେ ସେଠାକୁ ଯିବା ପରେ ମଧୁରଙ୍କୁ ଖରାପ ଲାଗିଥିଲା କିନ୍ତୁ ପରେ ମଧୁର ନିଜ ପକ୍ଷରୁ ତାଙ୍କ ସାଙ୍ଗକୁ ସେଠାକୁ ଯିବାକୁ କହିଥିଲେ । ଏହାପରେ ସେ ପାଖାପାଖି ୬୦ଟି ଡ୍ୟାନ୍ସ ବାର ଗଲେ ଏବଂ ସେଠାରେ ନାଚୁଥିବା ଝିଅମାନଙ୍କର ଜୀବନ ସମ୍ପର୍କରେ ଲେଖିଥିଲେ । ଏହାପରେ ସେ ନିଜର ଏକ ଫିଲ୍ମ ପ୍ରସ୍ତୁତ କଲେ ଯାହା ଥିଲା ‘ଚାନ୍ଦିନୀ ବାର୍’ । ଏହାପରେ ମଧୁର ଆଉ ପଛକୁ ଚାହିଁନାହାନ୍ତି । ଜୀବନରେ ସେ ଆଜି ଜଣେ ସଫଳ ଫିଲ୍ମ ମେକର୍ସ ଭାବେ ପରିଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.