ଏଣିକି ରେଳ ଷ୍ଟେସନ, ଏୟାରପୋର୍ଟ ଏବଂ ମଲରେ ନେଇପାରିବେ ମାଟି ପାତ୍ରରେ ଚା’ ପିଇବାର ମଜା : ନିତିନ ଗଡକରୀଙ୍କ ନୂଆ ପ୍ଲାନ୍

ନୂଆଦିଲ୍ଲୀ : ଦେଶର ପ୍ରମୁଖ ରେଳ ଷ୍ଟେସନ, ବସ ଡିପୋ, ଏୟାରପୋର୍ଟ ଏବଂ ମଲରେ ଆପଣଙ୍କୁ ଖୁବ୍ ଶୀଘ୍ର ମାଟିପାତ୍ରରେ ପ୍ରସ୍ତୁତ ଚା ପିଇବାକୁ ମିଳିବ । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଏହି ସମ୍ପର୍କରେ ଚିଠି ଲେଖିଛନ୍ତି। ଅବଶ୍ୟ ବର୍ତ୍ତମାନ ବାରାଣାସୀ ଏବଂ ରାୟବରେଲୀ ଷ୍ଟେସନରେ ମାଟିରେ ନିର୍ମିତ ହୋଇଥିବା ମାଟିପାତ୍ରରେ ଚା ଦିଆଯାଉଛି ।

ପୀୟୁଷ ଗୋଏଲଙ୍କୁ ଚିଠି

ଗଡକରୀ କହିଛନ୍ତି, ‘ମୁଁ ପୀୟୁଷ ଗୋଏଲଙ୍କୁ ଏକ ଚିଠି ଲେଖିଛି ଦେଶର ୧୦୦ଟି ଷ୍ଟେସନରେ କୁହ୍ଲଡ୍ (ମାଟି ପାତ୍ର)କୁ ବାଧ୍ୟତାମୂଳକ କରିବାକୁ କହିଛି। ଏହାସହ ବିମାନ ବନ୍ଦର ଏବଂ ବସ ଡିପୋ ପାଖରେ ଥିବା ଚା ଦୋକାନରେ ମଧ୍ୟ ଏହାକୁ ବାଧ୍ୟତା ମୂଳକ କରିବାକୁ ପ୍ରସ୍ତାବ ଦେଇଛି । ମାଟିପାତ୍ରର ବ୍ୟବହାର ମଲ ଗୁଡିକରେ ମଧ୍ୟ ହେବା ପାଇଁ ମଧ୍ୟ ପ୍ରତ୍ସୋହିତ କରାଯିବ ବୋଲି କହିଛି।

kolkata-teaପ୍ଲାଷ୍ଟିକର କମ୍ ହେବ ବ୍ୟବହାର

ଏହାସହିତ ଗଡକରୀ କହିଛନ୍ତି ଏହା ଦ୍ୱାରା ସ୍ଥାନୀୟ କୁମ୍ଭାର ମାନଙ୍କୁ ଅଧିକ ରୋଜଗାର ଏବଂ ଜିନିଷ ବିକିବା ପାଇଁ ବଜାର ମିଳିଯିବ । ଏହାସହ କାଗଜ ଏବଂ ପ୍ଲାଷ୍ଟିକ ଗ୍ଲାସର ବ୍ୟବହାର ବନ୍ଦ ହେବା ଫଳରେ ପରିବେଷକୁ ହେଉଥିବା କ୍ଷତି ହ୍ରାସ ପାଇବ ବା କମ୍ ହେବ।

ଏହାସହ ପଢ଼ନ୍ତୁ : ବଜାରରୁ ଉଭେଇ ଯିବ କିି ପାର୍ଲେ-ଜି ବିସ୍କୁଟ୍‌ ? ଭୀଷଣ କ୍ଷତିରେ ଚାଲୁଛି କମ୍ପାନୀ

ଲାଲୁ ପ୍ରସାଦ ଯାଦବ ମଧ୍ୟ ଦେଖାଇଥିଲେ ଆଗ୍ରହ

୨୦୦୪ରେ ତତ୍କାଳୀନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମାଟି ପାତ୍ରର ବ୍ୟବହାର କରିବା ପାଇଁ ରେଳ ଷ୍ଟେସନରେ କୁହ୍ଲଡ ବା ମାଟିପାତ୍ରକୂ ବାଧ୍ୟତାମୂଳକ କରାଯାଇଥିଲା। ତାଙ୍କର ନିର୍ଦ୍ଦେଶ ଥିଲା ଯେ ଗରମ ପାନୀୟ ପଦାର୍ଥକୁ ମାଟିପାତ୍ରରେ ଦିଆଯାଉ।