ଯାଜପୁର ଜିଲ୍ଲାପାଳଙ୍କ ନିଆରା ଅଭିଯାନ, ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ରଚନା କଲେ ଗୀତ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲାପାଳଙ୍କ ନିଆରା ଅଭିଯାନ। ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଗୀତ ରଚନା କରିଛନ୍ତି ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ସେହି ଗୀତ କଟକ ସ୍ଥିତ ମିଳନ ଷ୍ଟୁଡିଓରେ ରେକର୍ଡିଂ କରାଯାଇଛି। ଗୀତଟିକୁ ଗାଇଛନ୍ତି ହ୍ୟୁମାନ୍ ସାଗର ଓ ସୋହିନୀ ମିଶ୍ର । ତେବେ ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ପରିବେଶ ସୁରକ୍ଷା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିବା ପାଇଁ ଏକ ଗୀତ ରଚନା କରିଥିଲେ ଯାଜପୁର ଜିଲ୍ଲାପାଳ।