Below header

ବାଲେଶ୍ୱର: ବଢୁଛି ଜଳକା ନଦୀର ଜଳସ୍ତର, ତଳି ଅଞ୍ଚଳରେ ଥିବା କିଛି ଗାଁ ଏବେ ପାଣି ଘେରରେ

ବାଲେଶ୍ୱର(କେନ୍ୟୁଜ୍): ଲଗାଣ ବର୍ଷାରେ ପୁଣି ବଢୁଛି ଜଳକା ନଦୀ। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ ଟପିଛି ଜଳକା। ବର୍ତ୍ତମାନ ସେଠାରେ ୬.୪୧ ମିଟର ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି। ମଥାନୀଠାରେ ଜଳକାର ବିପଦ ସଙ୍କେତ ରହିଛି ୫.୫୦ ମିଟର । ଫଳରେ ନଦୀ ଅବବାହିକା ଅଞ୍ଚଳରେ ପ୍ରବେଶ କରିଛି ଜଳକାର ବନ୍ୟା ପାଣି । କିଛି ତଳି ଅଞ୍ଚଳରେ ଥିବା କିଛି ଗାଁ ପାଣି ଘେରରେ ରହିଥିବା ସୂଚନା ମିଳିଛି । ଲଗାଣ ବର୍ଷାରେ ଜଳକା ନଦୀ ଫୁଲିବାରେ ଲାଗିଛି । ଫଳରେ ଆତଙ୍କିତ ହୋଇ ରହଛନ୍ତି ନଦୀ ଅବବାହିକା ଗାଁର ଲୋକ । ବନ୍ୟା ଆସିଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତ ଜଳମଗ୍ନ ହେବା ଆଶଙ୍କା ରହିଛି। ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାମି ପଶିବା ଦ୍ୱାରା ଧାନ ତଳି ସବୁ ପଚି ମରିଯିବା ଆଶଙ୍କା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.