ଭୁଲରେ ମଧ୍ୟ କାହାକୁ କୁହନ୍ତୁ ନାହିଁ ଆପଣଙ୍କ ମା’ଙ୍କ ନାମ, ଖାଲି ହୋଇ ଯାଇପାରେ ବ୍ୟାଙ୍କ୍ ଆକାଉଣ୍ଟ !

ଅନେକ ଲୋକ ନିଜ ବାପା-ମା’ଙ୍କ ନାମ ଗର୍ବରେ ଲୋକଙ୍କୁ କହିଥାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମା’ଙ୍କ ନାମ କହିବା ଆପଣଙ୍କୁ ବହୁତ ମହଙ୍ଗା ପଡିପାରେ। କାରଣ ଏହାଦ୍ବାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ। ଏହାର ସୂଚନା ନିଜେ ବ୍ୟାଙ୍କ୍ ଦେଇଛି। ଏଥିପାଇଁ ବ୍ୟାଙ୍କ୍ ଗ୍ରାହକଙ୍କୁ ଚେତାବନୀ ମଧ୍ୟ ଦେଇଛି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ଅଧିକ କିଛି।
ଗ୍ରାହକ କୌଣସି ବି ପରିସ୍ଥିତରେ କାହାକୁ ନିଜର ମା’ଙ୍କ ନାମ କୁହନ୍ତୁ ନାହିଁ। କାରଣ ଏହା ଜରିଆରେ ଠକ ଆପଣଙ୍କ ବ୍ୟାଙ୍କ୍ ଖାତା ପର୍ଯ୍ୟନ୍ତ ପହଞ୍ଚି ଯାଇପାରେ ଏବଂ ଆପଣଙ୍କ ଖାତା ଖାଲି କରିପାରେ।
ବ୍ୟାଙ୍କର କହିବା କଥା ଯେ ଯେତେବେଳେ ବି ଗ୍ରାହକ ନିଜର ଡେବିଟ୍ କାର୍ଡ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଂର ପାସୱାର୍ଡ ରିସେଟ୍ କରିଥାନ୍ତି ତେବେ ସିକ୍ୟୁରିଟୀ ପ୍ରଶ୍ନରେ ମା’ଙ୍କ ନାମ କିମ୍ବା ଆପଣଙ୍କ ଡାକ ନାମ ମାଗିଥାଏ। ଏମିତିରେ ଆପଣ ମା’ଙ୍କ ନାମ କାହା ସହିତ ବି ସେୟାର କରିବା କୌଣସି ବିପଦ ଠାରୁ କମ୍ ନୁହେଁ। କାରଣ ସିକ୍ୟୁରିଟୀ ପ୍ରଶ୍ନ ଜରିଆରେ ହ୍ୟାକର ଆପଣଙ୍କ ଖାତା ପର୍ଯ୍ୟନ୍ତ ପହଁଚିଯାଇପାରେ।
ଇଣ୍ଟରନେଟ୍ ବ୍ୟାଙ୍କିଂ କିମ୍ବା ଅନ୍ୟ କେଉଁଠାରେ ପାସୱାର୍ଡ ଆବଶ୍ୟକ ପଡିଲେ ସେଠାରେ ଅଧିକାଂଶ ଲୋକ କିଛି ସହଜ ପାସୱାର୍ଡ ରଖିଥାନ୍ତି ଯାହାଦ୍ବାରା ବିନା କୌଣସି ସମସ୍ୟାରେ ସହଜରେ ମନେ ରହିପାରିବ। କିନ୍ତୁ ଅନେକ ଥର ଏମିତି କରିବା ଆମ ପାଇଁ ସମସ୍ୟାର କାରଣ ହୋଇପାରେ। କାହିଁକି ନା ସହଜ ପାସୱାର୍ଡ ସହଜରେ ଟ୍ରାକ୍ କରାଯାଇପାରିବ।
ଏହାସହ ପଢ଼ନ୍ତୁ : କେବେ ଏବଂ କେଉଁଠି ହୋଇଛି ଆପଣଙ୍କ ଆଧାର କାର୍ଡର ବ୍ୟବହାର, ଘରେ ବସି ଏହି ଉପାୟରେ ଜାଣନ୍ତୁ
ଏମିତିରେ ଆପଣ ଏହି ସବୁରୁ ରକ୍ଷା ପାଇବା ପାଇଁ ସମୟ-ସମୟରେ ନିଜର ବ୍ୟାଙ୍କର କାର୍ଡ ଏବଂ ଇଣ୍ଟରନେଟ ବ୍ୟାଙ୍କିଂର ପାସୱାର୍ଡ ପରିବର୍ତ୍ତନ କରନ୍ତୁ। ଯାହାଦ୍ବାରା ହ୍ୟାକର ଆପଣଙ୍କୁ ସହଜରେ ଟ୍ରାକ୍ କରିପାରିବ ନାହିଁ। ଏହାସହିତ କାହା ସହିତ ବି ନିଜର ମା’ଙ୍କ ନାମ କିମ୍ବା ଆପଣଙ୍କ ଡାକ ନାମ ଏବଂ ଓଟିପିକୁ ସେୟାର କରନ୍ତୁ ନାହିଁ।