Below header

ପାଟଣା ଅବକାରୀ ବିଭାଗର ଚଢ଼ାଉ ଦେଶୀ ମଦ ଏବଂ ପାଉଚ ମଦ ସହ ୪ ଗିରଫ

ଘଟଗାଁ (କେନ୍ୟୁଜ୍) : ଅବକାରୀ ବିଭାଗର ଚଢ଼ାଉ । କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ବାଉଁଶୁଳି, ଖିରେଇଟାଙ୍ଗିର ଓ ଚେମଣା ପଞ୍ଚାୟତ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଚୋରା ମଦବିକ୍ରି ଅଭିଯୋଗରେ ଖିରେଇଟାଙ୍ଗିରର ପ୍ରେମାନନ୍ଦ ନାୟକ , ବାଉଁଶୁଳିର ସନାତନ ମହାରଣା ଓ ରଞ୍ଜିତା ବାରିକ ଏବଂ ଚେମଣାର ପ୍ରତାପ ଦାସଙ୍କୁ ଅବକାରୀ ବିଭାଗ ଚୋରା ମଦ ସହ ଗିରଫ କରିଛି । ଗିରଫ ମାନଙ୍କ ଠାରୁ ମୋଟ ୬୦ଲିଟର ଦେଶୀ ମଦ ଏବଂ ୫ଲିଟର ପରିମାଣର ପାଉଚ ମଦ କରାଯାଇଛି । ଏହି ଚଢ଼ାଉରେ ପାଟଣା ଅବକାରୀ ସବଇନ୍ସପେକ୍ଟର ଧନଞ୍ଜୟ ପାତ୍ର , ଅବକାରୀ କନେଷ୍ଟବଳ ଯତିନ୍ଦ୍ର ମହାନ୍ତ , ରଞ୍ଜନ କୁମାର ସାହୁ, ଜଗମୋହନ ବେହେରା ଓ ଟାଉନ ଅବକାରୀ ବିଭାଗର ରଶ୍ମୀରେଖା ମହାନ୍ତ ପ୍ରମୁଖ ଚଢ଼ାଉ ରେ ସାମିଲ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.