Below header

୧୪୮ ବର୍ଷରେ ଧର୍ମଶାଳାର ଐ୍ୟତିହାସିକ ମୁନସୀ ମେଳଣ, ପୋଲିସ ଓ ଜନତା ପାଳିଥାନ୍ତି ଏହି ପର୍ବ

ସୁସଜ୍ଜିତ ବିମାନ ଗୁଡିକରେ ସ୍ଥାନ ପାଇଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୁର୍ତ୍ତି । ମଖମଲିଆ ଥାଟବାଟ ସାଙ୍ଗକୁ ସୁନ୍ଦର ସାଜସଜ୍ଜାରେ ଝଟକୁଛି ବିମାନ। ବିମାନ ବିମାନ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ବାଦ୍ୟ ନୃତ୍ୟ ସହିତ ଦେଖିବାକୁ ମିଳିଥିଲା ସଂସ୍କୃତି ଓ ପରମ୍ପରାରର ଝଲକ ।

ଯାଜପୁର : ସୁସଜ୍ଜିତ ବିମାନ ଗୁଡିକରେ ସ୍ଥାନ ପାଇଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୁର୍ତ୍ତି । ମଖମଲିଆ ଥାଟବାଟ ସାଙ୍ଗକୁ ସୁନ୍ଦର ସାଜସଜ୍ଜାରେ ଝଟକୁଛି ବିମାନ। ବିମାନ ବିମାନ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ବାଦ୍ୟ ନୃତ୍ୟ ସହିତ ଦେଖିବାକୁ ମିଳିଥିଲା ସଂସ୍କୃତି ଓ ପରମ୍ପରାରର ଝଲକ । ଠାକୁର ବାଡିଆ ଭାଇମାନେ ନାଚଗୀତ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରି ମେଲଣ ପଡିଆରେ ସମବେତ ହୋଇଥିଲେ । ୧୮୭୭ ମସିହାରୁ ପାଳିତ ହୋଇ ଆସୁଛି ଏହି ମିଳନ ଉତ୍ସବ ।

ବାସ୍ତବରେ ଏହା କେବଳ ମେଲଣ ଉତ୍ସବ ନୁହେଁ ଏହା ଏକ ଅପୁର୍ବ ମିଳନର ପର୍ବ । ଏଥିପାଇଁ ବିମାନ ଗୁଡିକୁ ପୂର୍ବରୁ ପାନଗୁଆ ଦେଇ ନିମନ୍ତ୍ରଣ କରାଯାଇଥାଏ । ଅନେକ ବିମାନ ବାପା ଜେଜେବାପା ଅମଳରୁ ଏହି ମେଲଣ ପର୍ବରେ ସାମିଲ ହୋଇ ଆସୁଛନ୍ତି । ଯାଜପୁରରେ ଧୁମଧାମରେ ପାଳିତ ହୋଇଯାଇଛି ଧର୍ମଶାଳାର ପ୍ରସିଦ୍ଧ ଐ୍ୟତିହାସିକ ମୁନସୀ ମେଳଣ । ବଡ ଜାକଜମକରେ ଅନୁଷ୍ଠିତ ହୋଇଛି ଏହି ମିଳନ ପର୍ବ । ବଡ କଥା ହେଲା ପୋଲିସ ଓ ଜନତା ମିଳିତ ଭାବେ ପାଳିଛନ୍ତି ଏଠାକାର ଏହି ପାରମ୍ପରିକ ଉତ୍ସବ।

ବ୍ରିଟିଶ ଅମଳରୁ ପାଳିତ ହୋଇ ଆସୁଛି ଏହି ନିଆରା ଉତ୍ସବ। ଏହି ଉତ୍ସବରେ ସାମିଲ ହୋଇଥିଲେ ଆଖପାଖ ଅଞ୍ଚଳର ୫୦ରୁ ଉର୍ଦ୍ଧ୍ୱ ଛୋଟ ବଡ ବିମାନ। ପରମ୍ପରା ଅନୁଯାୟୀ ପୋଲିସ ଓ ଜନତା ପାଳିଥାନ୍ତି ଏହି ପର୍ବ । ଖାକି ବର୍ଦ୍ଦିରେ ଥାଇ ବି ସାଧାରଣ ଜନତାଙ୍କ ସହ ଅବିର ରଙ୍ଗରେ ହୋଲି ଖେଳିଥାନ୍ତି ଥାନା ଅଧିକାରୀ ଓ କର୍ମଚାରୀ । ଧର୍ମଶାଳା ଥାନାର ଅଧିକାରୀ ସାଜିଥାନ୍ତି ଏହି ପର୍ବର ମୁଖ୍ୟ ପୁରୋଧା । ତେବେ ୧୪୮ ବର୍ଷ ଧରି ପାଳିତ ହୋଇ ଆସୁଛି ଯାଜପୁର ଜିଲ୍ଲାର ଧର୍ମଶାଳାର ପ୍ରସିଦ୍ଧ ମୁନସୀ ମେଳଣ । ଏହି ଅବସରରେ ମେଲଣ ପଡିଆରେ ବିଭିନ୍ନ ଦୋକାନ ବଜାର ମଧ୍ୟ ଲାଗିଥାଏ । ଘରକରଣା ସାମଗ୍ରୀ କିଣିବା ସାଙ୍ଗକୁ ଏହାକୁ ଭରପୁର ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.