କଲେଜ ନାଁରେ ସାଙ୍ଘାତିକ ଅଭିଯୋଗ, ଠକେଇର ଶିକାର ହୋଇଛନ୍ତି ଛାତ୍ରୀ

ପିଲାଙ୍କ ଭବିଷ୍ୟତ ସହିତ ସହ ଖେଳ। କଳିଙ୍ଗ ଇନିଷ୍ଟିଚ୍ୟୁଟ ମ୍ୟାନେଜମେଣ୍ଟ ସିଷ୍ଟମ (କେଆଇଏମଏସ) କଲେଜ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଛାତ୍ରୀ । ଦୀର୍ଘ ଆଠ ଦଶ ବର୍ଷ ହେବ ଖଣ୍ଡଗିରି ଥାନା ଅଞ୍ଚଳରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ସିଷ୍ଟମ ନାମରେ ଏକ ସଂସ୍ଥା ଖୋଲିଛି । କିନ୍ତୁ ପରବର୍ତ୍ତୀ ସମୟରେ ସେହି ସଂସ୍ଥାର ମାଲିକ ତପନ ସାସମଲ ଓ ଅନ୍ୟ ସହଯୋଗୀମାନଙ୍କ ଦ୍ୱାରା ସେଠାରେ ପାଠ ପଢୁଥିବା ଛାତ୍ରୀମାନେ ଠକେଇର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍‌) : ପିଲାଙ୍କ ଭବିଷ୍ୟତ ସହିତ ସହ ଖେଳ। କଳିଙ୍ଗ ଇନିଷ୍ଟିଚ୍ୟୁଟ ମ୍ୟାନେଜମେଣ୍ଟ ସିଷ୍ଟମ (କେଆଇଏମଏସ) କଲେଜ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଛାତ୍ରୀ । ପିଲାଙ୍କ ଅଭିଯୋଗ ଅନୁଯାୟୀ ଆଜକୁ ଦୀର୍ଘ ଆଠ ଦଶ ବର୍ଷ ହେବ ଖଣ୍ଡଗିରି ଥାନା ଅଞ୍ଚଳରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ସିଷ୍ଟମ ନାମରେ ଏକ ସଂସ୍ଥା ଖୋଲିଛି । କିନ୍ତୁ ପରବର୍ତ୍ତୀ ସମୟରେ ସେହି ସଂସ୍ଥାର ମାଲିକ ତପନ ସାସମଲ ଓ ଅନ୍ୟ ସହଯୋଗୀମାନଙ୍କ ଦ୍ୱାରା ସେଠାରେ ପାଠ ପଢୁଥିବା ଛାତ୍ରୀମାନେ ଠକେଇର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ।

ପୂର୍ବରୁ ୨୦୨୧ ମସିହାରେ ଖଣ୍ଡଗିରି ଥାନାରେ ୩୫ ଜଣ ଛାତ୍ରୀ ଖଣ୍ଡଗିରି ଅଞ୍ଚଳରେ ଥିବା ଏହି ସଂସ୍ଥାର ମାଲିକ ତପନ ସାମଲ ଓ ତାଙ୍କ ଧର୍ମପତ୍ନୀ, ପୁଅ ବିରୋଧରେ ଛାତ୍ରୀମାନେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ l ଆଉ ସେମାନଙ୍କୁ ମିଳିଥିବା ନକଲି ସାର୍ଟିଫିକେଟ ସବୁ ଦାଖଲ ମଧ୍ୟ କରିଥିଲେ l ସବୁ ଘଟଣାକୁ ତଦନ୍ତ ପରିସରକୁ ଆଣି ସେହି ଆଧାରରେ ଖଣ୍ଡଗିରି ଥାନା ପୋଲିସ ମାମଲା ରୁଜୁ କରିଥିଲା । ତେବେ କାର୍ଯ୍ୟାନୁଷ୍ଠାନ ଅଭାବରୁ ପୁଣି ଠକେଇ କରି ଆସୁଥିବା ଅଭିଯୋଗ ହେଉଛି l ଛାତ୍ରୀ ମାନଙ୍କୁ ମିଥ୍ୟା କଥା କହି ଲକ୍ଷ ଲକ୍ଷ ଟଙ୍କା ଲୁଟି ଚାଲିଛନ୍ତି l ଯଦି କୌଣସି ଛାତ୍ରୀ ପ୍ରତିବାଦ କରେ ତାଙ୍କୁ ଧମକ ଚମକ ଦେଇ ଡରାଉଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ଆଣିଛନ୍ତି ଛାତ୍ରୀମାନେ l ତେବେ ଛାତ୍ରୀମାନଙ୍କ ଅଭିଯୋଗକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ତଦନ୍ତ ପ୍ରକ୍ରିୟା ପୂର୍ବ ଭଳି ମନ୍ଥର ରହିଛି l ତେଣୁ ଏହି ଦୁଇ ଛାତ୍ରୀ ଆଶଙ୍କା ଭିତରେ ଗତି କରୁଛନ୍ତି ।

ଯାହା ସୂଚନା ମିଳିଛି, ଭାରତ ସେବକ ସମାଜ ନାମକ ଏକ କର୍ଯ୍ୟକ୍ରମ ରହିଛି । ଏହା ହେଉଛି କେନ୍ଦ୍ର ସରକାରଙ୍କର ତିନି ମାସିଆ ସ୍କିଲ ଡେଭଲପମେଣ୍ଟ କୋର୍ସ l ଏହା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ । କିନ୍ତୁ କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ସିଷ୍ଟମ ଏହାକୁ ତିନି ବର୍ଷୀୟା କୋର୍ସ କରି ଛାତ୍ରୀମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀମାନେ l ତାର ପ୍ରମାଣ ହେଉଛି ଏହି ସାର୍ଟିଫିକେଟ l ଏହା ପୂର୍ବରୁ ମଧ୍ୟ ଏମିତି ନକଲି ସାର୍ଟିଫିକେଟ ଅନେକ ଛାତ୍ରୀମାନଙ୍କୁ ଦିଆଯାଇଛି l ଯେଉଁ ସାର୍ଟିଫିକେଟର କୌଣସି ମୂଲ୍ୟ ନଥିବା କଥା ଛାତ୍ରୀମାନେ ଜାଣିବାକୁ ପାଇଛନ୍ତି l

ଘଟଣାଟି କେତେ ସତ କେତେ ମିଛ ଜାଣିବା ପାଇଁ ଆମେ ଯେତେବେଳେ ନିଜକୁ କଳିଙ୍ଗ ଇନିଷ୍ଟିଚ୍ୟୁଟ ଅଫ ମ୍ୟାନେଜ ମେଣ୍ଟ ସିଷ୍ଟମ ର ଇନଚାର୍ଜ ବୋଲାଉଥିବା ମଧୁସ୍ମିତା ଲେଙ୍କାଙ୍କୁ ଖଣ୍ଡଗିରି ଥାନା ପରିସରରେ ପଚାରି ଥିଲୁ ସେ କିନ୍ତୁ ଆମ କଥାକୁ ପ୍ରତ୍ୟାଖ୍ୟାନ କରି ଆମକୁ ଆଡେଇ ପଳାଇ ଯିବାକୁ ଚେଷ୍ଟା କରିଥିଲେ । ଆଉ ପ୍ରତିକ୍ରିୟା ନେବା ପାଇଁ ମାଲିକ ତପନ ସାସମଲଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିଲା l ଏପଟେ ନ୍ୟାୟ ଅପେକ୍ଷାରେ ଠକାମିର ଶିକାର ଛାତ୍ରୀମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.