ନିର୍ବାଚନୀ ରାଲିରେ ବିରୋଧୀ ଦଳଙ୍କ ଉପରେ ବର୍ଷିଲେ ମୋଦି

ନିର୍ବାଚନ ମୈଦାନକୁ ଓହ୍ଲାଇଲେ ନରେନ୍ଦ୍ର ମୋଦି । ଉତ୍ତର ପ୍ରଦେଶର ମିରଟରେ ନିର୍ବାଚନୀ ରାଲିରେ ବିରୋଧୀ ଦଳଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ମୋଦି । କଂଗ୍ରେସ ଓ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରି ଦୁର୍ନୀତି ବିରୋଧରେ ୧୦ବର୍ଷ ତଳେ ଦେଶରେ ସଂଗ୍ରାମ ଆରମ୍ଭ ହୋଇଥିଲା । ଦୁର୍ନୀତିଗ୍ରସ୍ତଙ୍କ ଠାରୁ ଦେଶକୁ ବଞ୍ଚାଇବାକୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ମୋଦି ।

ଏହି ଅଭିଯାନରେ ଦେଶର ବଡ଼ ବଡ଼ ଦୁର୍ନୀତିଗ୍ରସ୍ତ ଜେଲରେ ଦିନ କାଟୁଛନ୍ତି । ସୁପ୍ରିମକୋର୍ଟରୁ ମଧ୍ୟ ସେମାନଙ୍କୁ ଜାମିନ ମିଳିପାରୁନି । ଗରିବଙ୍କ ଟଙ୍କା କୌଣସି ମଧ୍ୟସ୍ଥି କିମ୍ବା ଦଲାଲ ହଡ଼ପ କରିପାରିବେନି ବୋଲି କଡ଼ା ବାର୍ତ୍ତା ଦେଇଛନ୍ତି ମୋଦି । ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି, ତାଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ପାଇଁ କିଛି ଲୋକଙ୍କ ବାଟରେ ସମସ୍ୟା ଉପୁଜିଛି । ମୋଦିଙ୍କ ମନ୍ତ୍ର ଭ୍ରଷ୍ଟ୍ରାଚାର ହଟାଓ। ସେମାନେ କିନ୍ତୁ ଭ୍ରଷ୍ଟ୍ରାଚାରୀ ବଞ୍ଚାଓ ବୋଲି କହୁଛନ୍ତି ।

ଆଗାମୀ ନିର୍ବାଚନ ଏନଡିଓ ଓ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଗୋଷ୍ଠୀ ମଧ୍ୟରେ ବୋଲି କହିଛନ୍ତି ନରେନ୍ଦ୍ର ମୋଦି । କଂଗ୍ରେସ ଶାସନରେ ଗରିବ, କ୍ଷୁଦ୍ର ନିବେଶକାରୀ ଏବଂ ବ୍ଯାଙ୍କ ଗୁଡ଼ିକରୁ ହଜାର ହଜାର କୋଟି ଟଙ୍କା ହଡ଼ପ କରାଯାଉଛି । ମୋଦି ସରକାର ହଡ଼ପ ଟଙ୍କାକୁ ଆଦାୟ କରିବା ସହ ଏପର୍ଯ୍ଯନ୍ତ ୧୭ହଜାର କୋଟି ଟଙ୍କା ଫେରାଇ ଅଣାଯାଇଥିବା କହିଛନ୍ତି । ତୃତୀୟ ଥର କ୍ଷମତାକୁ ଆଗାମୀ ପାଞ୍ଚବର୍ଷର ରୋଡ ମ୍ୟାପ ପାଇଁ ପ୍ରସ୍ତୁତି ସରିଛି । ପ୍ରଥମ ଶହେ ଦିନରେ ବଡ଼ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ନରେନ୍ଦ୍ର ମୋଦି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.