Below header

ଯାଜପୁର: ବାଘୁଆ କଳାପଥର ଖାଦାନରେ ପ୍ରଶାସନର ରାତି ଅଧିଆ ଚଢ଼ାଉ, ୫ଗିରଫ

ଯାଜପୁର (କେନ୍ୟୁଜ): ବେଆଇନ କାରବାରରେ ରୋକ ଲଗାଇବାକୁ ଜୋରଦାର ଚଢ଼ାଉ ଜାରି ରଖିଛି ଧର୍ମଶାଳା ତହସିଲ ପ୍ରଶାସନ। ଗତକାଲି ତହସିଲ ଓ ଜେନାପୁର ପୋଲିସ ମିଳିତ ଭାବେ ବାଘୁଆ କଳାପଥର ଖାଦାନ ଉପରେ ରାତି ଅଧିଆ ଚଢ଼ାଉ କରିଥିଲେ। ଏହି ସମୟରେ ବେଆଇନ କାରବାରରେ ଲିପ୍ତ ଥିବା ୫ଜଣଙ୍କୁ ଗିରଫ କରାଯିବା ସହ ୩ଟି ଟ୍ରାକ୍ଟର ଓ ୩ଟି ବାଇକକୁ ଜବତ କରାଯାଇଛି। ପ୍ରଶାସନର ଘନ ଘନ ଚଢ଼ାଉକୁ ଦୃଷ୍ଟିରେ ରଖି ମାଫିଆମାନେ ବାଘୁଆ ପାହାଡ଼ରୁ ରାତିରେ ଅପରେସନ ଚଳାଇଥିଲେ।

jajpur 1

ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ଜେନାପୁର ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏକ ଟିମ ସଦଳବଳ ଚଢ଼ାଉ କରିଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ୫ଜଣ ମାଫିଆଙ୍କୁ ଗିରଫ କରିବା ସହ ବ୍ୟବହୃତ ୩ଟି ଟ୍ରାକ୍ଟର ଓ ୩ଟି ବାଇକ ଜବତ ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି। ଏହି ଚଢ଼ାଉ ଫଳରେ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.