ହେଲିକପ୍ଟର ଉଦ୍ଧାର ସମୟରେ ୧୭୫ ଥର ବୁଲିଲା ମହିଳାଙ୍କ ଷ୍ଟ୍ରେଚର, ଭିଡିଓ ହେଲା ଭାଇରାଲ

ଆମେରିକାର ଏରିଜୋନା ଠାରେ ମଝି ଆକାଶରେ ହିଁ ଜଣେ ମହିଳା ମୃତ୍ୟୁ ସହ ସଂଘର୍ଷ କରିଥିବା ଖବର ସାମ୍ନାକୁ ଆସିଥିଲା ହେଲିକଫ୍ଟର ମାଧ୍ୟମରେ ଜଣେ ମହିଳା ରୋଗୀଙ୍କୁ ରକ୍ଷା କରାଯାଉଥିବା ସମୟରେ ହିଁ ମହିଳା ଜଣଙ୍କ ଜୀବନ ବିପଦ ମାଡି ଆସିଥିଲା । ଏହି ସମୟରେ ମହିଳାଙ୍କ ଜଣକ ଆଘାତ ପ୍ରାପ୍ତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ପ୍ରକୃତରେ ଘଟଣା ଟିର ଆରମ୍ଭ ହୋଇଥିଲା ଏହିପରି । ଆମେରିକାରେ କାଟ୍ରିନା ମେଟ୍ରୋ ନାମକ ଜଣେ ମହିଳା ଫିନିକ୍ସ ସହରର ପିସ୍ତଭାପିକକୁ ଯାଉଥିଲେ । କୌଣସି କାରଣ ହେତୁ ସେ ଅଧା ବାଟରେ ଫସି ଯାଇଥିଲେ । ତାଙ୍କୁ ସେଥିରୁ ମୁକୁଳେଇବା ପାଇଁ ଏକ ଏୟାରଲିଫ୍ଟର ବ୍ୟବସ୍ଥା କରାଯାଇଥିଲା । ଏଥିଯୋଗୁଁ ଫିନିକ୍ସ ସହର ପ୍ରଶାସକଙ୍କ ସହାୟତା ଲୋଡ଼ା ଯାଇଥିଲା । ସେଠାରେ ମହଜୂତ ଥିବା ସହଯୋଗୀ ମାନେ କାଟ୍ରିନାଙ୍କୁ ଏକ ଶୁଆଇ ଦେଇଥିଲେ ।

video courtesy : CBS Los Angeles

ତାପରେ ତାଙ୍କୁ ହେଲିକପ୍ଟରର ଷ୍ଟୋକସ ବାସ୍କେଟ ସହ ତାଙ୍କୁ ବାନ୍ଧି ଦିଆଯାଇଥିଲା । ତାପରେ ତାଙ୍କୁ ହେଲିକପ୍ଟର ସହାୟତାରେ ଉଠାଇବାକୁ ଚେଷ୍ଟା କରାଯାଇଥିଲା । ଯେତେବେଳେ ନିୟୋଜିତ କର୍ମଚାରୀ ମାନେ ଷ୍ଟ୍ରେଚରକୁ ଉଠାଇବା ସମୟରେ ହିଁ ଏହା ପ୍ରଥମେ ଧୀରେ ଧୀରେ ଓ ପରେ ଜୋରରେ ବୁଲିବାକୁ ଲାଗିଲା । ଏମିତି ହିଁ ଏହା ୧୭୫ ଥର ବୁଲିବାକୁ ଲାଗିଥିଲା । ଯେଉଁ ସ୍ପିଡ଼ରେ ହେଲିକପ୍ଟରର ବ୍ଲେଡ ବୁଲୁଥିଲା ସେହି ଅନୁଯାୟୀ ଷ୍ଟ୍ରେଚରଟି ମଧ୍ୟ ବୁଲିବାକୁ ଲାଗିଥିଲା । ଏହି ଘଟଣାଟି ଘଟିବା ପରେ ମହିଳା ଜଣକ ଉଭୟ ଶାରୀରିକ ଓ ମାନସିକ ଭାବେ ଗଭୀର ଆଘାତ ପାଇଥିବା ଜଣା ଯାଇଛି । କାଟ୍ରିନାଙ୍କ ସ୍ୱାମୀ ଏହି ସବୁ ଦୃଶ୍ୟ ଅନ୍ୟ ଏକ ହେଲିକପ୍ଟର ରହି ଏହି ସବୁ ଦୃଶ୍ୟ ଦେଖୁଥିଲେ । ଏହି ଦୃଶ୍ୟ ଦେଖଣାହାରୀଙ୍କ ହୋସ ଉଡାଇ ଦେଇଥିଲା । ସମସ୍ତେ ବ୍ୟସ୍ତ ହେଉଥିଲେ ମଧ୍ୟ କିଛି ବି ସହାୟତା କରିପାରିନଥିଲେ । ପରେ ଏହି ଭିଡିଓଟି ବିଭିନ୍ନ ସୋସିଆଲ ମିଡିଆରେ ଭାଇରଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.