ସାଇବର ଅପରାଧର ବଡ଼ ନମୂନା, ଏମ୍‌ସ ବ୍ୟାଙ୍କ ଖାତାରୁ ୧୨ କୋଟିରୁ ଅଧିକ ଟଙ୍କା ଗାୟବ

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଚିକିତ୍ସା କେନ୍ଦ୍ର ଦିଲ୍ଲୀ ଏମ୍‌ସ ସାଇବର କ୍ରାଇମ୍‌ର ଶିକାର ହୋଇଛି । ଏହାର ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ୧୨ କୋଟି ୪୪ ଲକ୍ଷ ଟଙ୍କା ଗାୟବ ହୋଇଯାଇଛି । ଅପରାଧୀମାନେ ‘ଚେକ୍‌ କ୍ଲୋନିଂ’ କରି ଏହି ଟଙ୍କା ଉଡ଼ାଇ ନେଇଛନ୍ତି । ଏମ୍‌ସର ଆକାଉଣ୍ଟ ଷ୍ଟେଟ୍‌ ବ୍ୟାଙ୍କରେ ରହିଛି । ସେହି ଖାତାରୁ ଜାଲ୍‌ ଚେକ୍‌ ଜାରିଆରେ ସାଇବର ଅପରାଧୀମାନେ ଟଙ୍କା ଉଠାଇ ନେଇଛନ୍ତି । ଡାଇରେକ୍ଟର ଓ ଡିନ୍‌ଙ୍କ ନାମରେ ଥିବା ଏହି ଜମା ଖାତାରୁ ସେମାନେ ଟଙ୍କା ଉଡ଼ାଇ ନେଇଛନ୍ତି । ଏ ସମ୍ପର୍କରେ ଏମ୍‌ସ କର୍ତ୍ତୃପକ୍ଷ ଦିଲ୍ଲୀ ପୋଲିସ୍‌ରେ ଅଭିଯୋଗ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.