Below header

ପିପିଲିରେ ହାଇଭୋଲଟେଜ୍‌ କ୍ୟାମ୍ପେନ୍‌, ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଧର୍ମେନ୍ଦ୍ର ପ୍ରଧାନ

ପିପିଲି(କେ.ନ୍ୟୁଜ): ପିପିଲିରେ ଚାଲିଛି ହାଇଭୋଲଟେଜ୍‌ କ୍ୟାମ୍ପେନ୍‌। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଆଜି ପ୍ରଚାରରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରୋଡ୍‌ ସୋ’ରେ ସାମିଲ ହୋଇ ଧର୍ମେନ୍ଦ୍ର ବିଜେପି ପାଇଁ ଭୋଟ ଭିକ୍ଷା କରିଛନ୍ତି ।


ଦଳୀୟ କର୍ମୀଙ୍କ ସହ ବରିଷ୍ଠ ନେତା ମଧ୍ୟ ପ୍ରଚାର ମଇଦାନରେ ଯୋଗ ଦେଇଛନ୍ତି । ରୋଡ ସୋ ସହ ଘରକୁ ଘର ବୁଲୁଛନ୍ତି । ବିଜେପିର ଷ୍ଟାର କ୍ୟାମ୍ପେନର ନିର୍ବାଚନମଣ୍ଡଳୀରେ ବୁଲି ବୁଲି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ହାତରେ ଆଉ ଅଳ୍ପ ସମୟ ଥିବାରୁ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି ସବୁ ଦଳର ନେତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.