Below header

ଝାଉଁ ଜଙ୍ଗଲରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

ଜଳେଶ୍ୱର(କେ.ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶିଖରପୁର ଅଞ୍ଚଳରେ ଝାଉଁ ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ଅନ୍ୟପଟେ ହତ୍ୟା ଅଭିଯୋଗ ଆଣି ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳାଙ୍କ ବାପ ଘର ଲୋକେ। ମହିଳାଙ୍କ ଘର ଚକହରି ଗାଁରେ ବୋଲି ଜଣାପଡିଛି।

ମିଳିଥିବା ସୂଚନାନୁସାରେ, ଗାଁର ପୂର୍ଣ୍ଣଚନ୍ଦ୍ର ଦାସ ୧୫ ବର୍ଷ ପୂର୍ବରୁ ରାଇବଣିଆ ଥାନା ମହୁଲିଆ ଗାଁର କାଳିଚରଣ ଦାସଙ୍କ ଝିଅ କାବେରୀଙ୍କୁ ବିବାହ କରିଥିଲେ। ପୂର୍ଣ୍ଣଚନ୍ଦ୍ର ଏକ ଇଟା ଭାଟିରେ ଡ୍ରାଇଭର ଭାବେ କାମ କରୁଥିଲେ। ସେଠାରେ କାମ କରୁଥିବା ଜନୈକା ମହିଳାଙ୍କ ସହ ପୂର୍ଣ୍ଣଚନ୍ଦ୍ରଙ୍କର ଅନୈତିକ ସଂପର୍କ ଗଢି ଉଠିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା। ମାତ୍ର ଆଜି ସକାଳେ କାବେରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଝାଉଁ ଜଙ୍ଗଲରୁ ଉଦ୍ଧାର କରାଯାଇଛି।

ପୂର୍ଣ୍ଣଚନ୍ଦ୍ର କାବେରୀକୁ ମାରି ପ୍ରମାଣ ନଷ୍ଟ କରିବା ପାଇଁ ତାକୁ ପୋଡି ଦେଇଥିବା ଅଭିଯୋଗ ହୋଇଛି। ଏନେଇ କାବେରୀଙ୍କ ପରିବାର ଲୋକ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ମାନସ ଦେଓ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ମୃତ ମହିଳାଙ୍କ ସ୍ୱାମୀକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.