Below header

ଆଜିଠୁ ପୁଣିଥରେ ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିବ ଟ୍ରେନ୍, କରୋନା ଯୋଗୁ ବର୍ଷେ ହେଲା ଥିଲା ବନ୍ଦ

ନୟାଗଡ଼ (କେ.ନ୍ୟୁଜ): ଆଜିଠାରୁ ବିଧିବଦ୍ଧ ଭାବରେ ନୟାଗଡ଼କୁ ଗଡିବ ଟ୍ରେନ୍। କରୋନା କଟକଣା ଯୋଗୁ ଗତବର୍ଷ ଏପ୍ରିଲ ମାସରୁ ଟ୍ରେନ ଚଳାଚଳ ବନ୍ଦ ରହିଛି । ଆଜି ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ୱରରୁ ଟ୍ରେନ ବାହାରି ନୟାଗଡ଼ ଷ୍ଟେସନରେ ରାତି ୮ଟା ୩୦ରେ ପହଞ୍ଚିବ । ସେହିପରି ଆସନ୍ତାକାଲି ସକାଳ ୬ଟା ୩୦ରେ ନୟାଗଡ଼ରୁ ଟ୍ରେନ ବାହାରି ଦିନ ୯ଟାରେ ଭୁବନେଶ୍ଵରରେ ପହଞ୍ଚିବ । ପ୍ରତିଦିନ ଗୋଟିଏ ଟ୍ରେନ ସକାଳୁ ନୟାଗଡରୁ ବାହାରି ଭୁବନେଶ୍ୱର ଆସିବ ଓ ସନ୍ଧ୍ୟାରେ ପୁଣି ଫେରିବ । ଏଥିପାଇଁ ଟ୍ରେନ ଟିକେଟ ମୂଲ୍ୟ ୬୦ ଟଙ୍କା ରଖାଯାଇଛି । ଟିକେଟ କାଉଣ୍ଟରରୁ ଆଗୁଆ ଟିକେଟ ରିଜର୍ଭ କରିବାକୁ ପଡିବ କିମ୍ବା ମୋବାଇଲ ଫୋନ ମାଧ୍ୟମରେ IRCTC ରେ ମଧ୍ୟ ବୁକ କରିପାରିବେ । ସେହିଭଳି ନୟାଗଡ ଷ୍ଟାଣ୍ଡରେ ଥିବା ଟ୍ରେନ ଟିକେଟ କାଉଣ୍ଟରରୁ ମଧ୍ୟ ଟିକେଟ କାଟିପାରିବେ ଯାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.