ଭୁବନେଶ୍ୱରରେ ହେଉ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ
କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ଦେଶରେ ପ୍ରସ୍ତାବିତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନରୁ ଗୋଟିଏ ଭୁବନେଶ୍ୱରରେ ପ୍ରତିଷ୍ଠା କରିବାକୁ ଚିଠିରେ ଅନୁରୋଧ କରିଛନ୍ତି। ଭୌଗୋଳିକ ଅବସ୍ଥିତି ଏବଂ ଦକ୍ଷପୂର୍ଣ୍ଣ ମାନବସମ୍ବଳ ଦୃଷ୍ଟିକୋଣରୁ ଭୁବନେଶ୍ୱରରେ ଏହି ସଂସ୍ଥାନ ପ୍ରତିଷ୍ଠା କରିବାକୁ ଅନୁରୋଧ କରିଛନ୍ତି।
ପ୍ରସ୍ତାବିତ ସଂସ୍ଥାନ ଭୁବନେଶ୍ୱରରେ ପ୍ରତିଷ୍ଠା ହେଲେ ପୂର୍ବ, ଦକ୍ଷିଣ- ପୂର୍ବ ଏବଂ ଭାରତର କେନ୍ଦ୍ରାଞ୍ଚଳ ରାଜ୍ୟଗୁଡ଼ିକର ଆବଶ୍ୟକତାକୁ ପୂରଣ କରିବ। ପୂର୍ବ ଭାରତରେ ଆୟୁର୍ବିଜ୍ଞାନ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ଭୁବନେଶ୍ୱର ଏକ ପ୍ରମୁଖ ସହର ଭାବେ ଉଭା ହୋଇଛି। ଏହାସହ କରୋନା ମୁକାବିଲାରେ ଭାରତର ସଫଳ ପରିଚାଳନା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ