Below header

ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀ ଯଦି ମେରିଟ୍‌ରେ ଆସନ୍ତି ତେବେ ସେମାନଙ୍କୁ ଜେନେରାଲ ଶ୍ରେଣୀରେ ନିଆଯିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ସୁପ୍ରିମକୋର୍ଟ ତାଙ୍କର ଏକ ରାୟରେ କହିଛନ୍ତି ଯେ ରିଜର୍ଭ କାଟେଗୋରିର ପ୍ରାର୍ଥୀ ଯଦି ମେରିଟ୍‌ ଲିଷ୍ଟରେ ଆସିଲେ ତାଙ୍କୁ ରିଜର୍ଭ କାଟେଗୋରିରେ ସିଲେକସନ୍‌ କରାନଯାଇ ଜେନେରାଲ କାଟେଗୋରିରେ ସିଲେକସନ୍‌ କରାଯିବ । ଜଷ୍ଟିସ ସଂଜୟ କିସାନ କାଉଲ, ଦିନେଶ ମାହେଶ୍ୱରୀ ଓ ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟଙ୍କ ରାୟ ବରୋଧରେ ତାମିଲନାଡୁ ସରକାରଙ୍କ ଆଣିଥିବା ଏକ ପିଟିସନ୍‌ର ବିଚାର କରି ଏହି ରାୟ ପ୍ରକାଶ କରିଛନ୍ତି ।

ତାମିଲନାଡୁ ସରକାରଙ୍କ ପୋଷ୍ଟ ଗ୍ରାଜୁଏସନ ଆସିଷ୍ଟାଣ୍ଟ ଓ ଫିଜିକାଲ ଏଜୁକେସନ ଡାଇରେକ୍ଟରସ୍‌ , ଗ୍ରେଡ୍‌ –୧ ପଦବୀ ପାଇଁ ବାହାରିଥିବା ନିଯୁକ୍ତିକୁ ନେଇ ଏହି ସମସ୍ୟା ଉପୁଜିଥିଲା । ଏଥିରେ କିଛି ପ୍ରାର୍ଥୀ ଦାବି କରିଥିଲେ ଯେ ଯେଉଁ ରିଜର୍ଭ କାଟେଗୋରି ପ୍ରାର୍ଥୀ ବିନା ରିଜର୍ଭ କାଟେଗୋରିରେ (ମେରିଟ୍‌ ଅନୁଯାୟୀ) ମନୋନୀତ ହୋଇଛନ୍ତି ସେମାନଙ୍କୁ ରିଜର୍ଭ କାଟୋଗୋରିରେ ନିଯୁକ୍ତି ନଦେଇ ଜେନେରାଲ୍‌ କାଟେଗୋରିରେ ନିଯୁକ୍ତି ଦିଆଯିବା ଉଚିତ୍‌ । ତେଣୁ ରିଜର୍ଭ କାଟେଗୋରିର ପୋଷ୍ଟ ବ୍ଲକ୍‌ କରିଥିବା ଏହି ରିଜର୍ଭ କାଟେଗୋରିର ମେରିଟ୍‌ ପ୍ରାର୍ଥୀଙ୍କୁ ଜେନେରାଲ୍‌ ପ୍ରାର୍ଥୀଙ୍କ ସ୍ଥାନରେ ନେଇ ଏହି ସ୍ଥାନରେ ଅନ୍ୟ ରିଜର୍ଭ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ଉଚିତ୍‌ ବୋଲି ଯୁକ୍ତି ବାଢ଼ିଥିଲେ ।

judges
photo credit : livelaw.in

ତେବେ ତାମିଲନାଡୁ ସରକାର ସେକ୍‌ସନ୍‌ ୨୭ (f) ର ଉଦାହରଣ ଦେଇ ରିଜର୍ଭ କାଟେଗୋରିର ବଞ୍ଚିପଡ଼ିଥିବା ପୋଷ୍ଟକୁ ଆଗାମୀ ବର୍ଷରେ ପୁରଣ କରିବାକୁ ଯୁକ୍ତି ବାଢ଼ିଥିଲେ । ତେବେ କିଛି ପ୍ରାର୍ଥୀ ଯୁକ୍ତି ବାଢ଼ିଥିଲେ ଯେ ମେରିଟ୍‌ ଅନୁଯାୟୀ ପ୍ରଥମେ ପ୍ରାର୍ଥୀଙ୍କୁ ଜେନେରାଲ ମେରିଟ୍‌ ତାଲିକାରେ ରଖାଯାଉ ଯେଉଁଠି କୌଣସି ରିଜର୍ଭ ପ୍ରାର୍ଥୀ ଭାଗ ନେଇପାରିବେ ନାହିଁ । ଏହା ପରେ ରିଜର୍ଭ କାଟେଗୋରିରେ ବାକିଥିବା ପଦବୀକୁ ପୂରଣ କରାଯାଉ । ତା’ପରେ ରିଜର୍ଭ ପ୍ରାର୍ଥୀଙ୍କ କଥା ବିଚାରକୁ ନିଆଯାଉ ବୋଲି କିଛି ପ୍ରାର୍ଥୀ ଯୁକ୍ତି ବାଢ଼ିଥିଲେ ।

ପ୍ରାର୍ଥୀଙ୍କରଏହି ଯୁକ୍ତିକୁ ଦୃଷ୍ଟି ଦେଇ ସୁପ୍ରିମକୋର୍ଟ ମଧ୍ୟ ଏହି ମର୍ମରେ ରାୟ ପ୍ରକାଶ କରିଛନ୍ତି । ରିଜର୍ଭ କାଟେଗୋରିରେ ତାଲିକାରେ ମେରିଟ୍‌ ଅନୁଯାୟୀ ସିଲେକ୍ଟ ହୋଇଥିବା ରିଜର୍ଭ ପ୍ରାର୍ଥୀଙ୍କୁ ନନେବା ପାଇଁ ରାୟ ପ୍ରକାଶ କରିଛନ୍ତି । ରିଜର୍ଭ କାଟେଗୋରିରେ ଥିଲେ ମଧ୍ୟ ଉକ୍ତ ପ୍ରାର୍ଥୀ ମେରିଟ୍‌ ଅନୁଯାୟୀ ମନୋନୀତ ହୋଇଥିବାରୁ ସେମାନଙ୍କୁ ଜେନେରାଲ୍‌ କାଟେଗୋରିରେ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଖଣ୍ଡପୀଠ ଆହୁରି କହିଛନ୍ତି ଯେ ସାମାଜିକ ସ୍ଥିତି ଅନୁଯାୟୀ ଯଦି ରିଜର୍ଭ କାଟେଗୋରିରେ ଉପଯୁକ୍ତ ସଂଖ୍ୟକ ପ୍ରାର୍ଥୀ ନଥାନ୍ତି ତେବେ ସେହି ଖାଲି ପଦବୀକୁ ସାଧାରଣ ବର୍ଗରେ ଦିଆ ନଯାଉ । ବରଂ ଉକ୍ତ ପଦବୀକୁ ଆଗାମୀ ବର୍ଷ ପାଇଁ ରିଜର୍ଭ କାଟେଗୋରିଙ୍କ ପାଇଁ ସଂରକ୍ଷିତ କରି ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.