ମହିଳା ଦିବସରେ ଟ୍ରାଏ କରନ୍ତୁ କିଛି ନୂଆ, ବନାନ୍ତୁ କମଳା ବରଫି

କମଳା ଖାଇବାକୁ ସମସ୍ତେ ଭଲ ପାଆନ୍ତି। ଯଦି ଆପଣ ବି କମଳା ଖାଇବାକୁ ଭଲ ପାଆନ୍ତି ତେବେ ଆଉ ଜୁସ୍‌ ନୁହେଁ, ଏଥିରେ ମିଠା ତିଆରି କରନ୍ତୁ। କମଳାର ବରଫି ତିଆରି କରିବା ଖୁବ୍‌ ସହଜ। ଏଥିପାଇଁ ଅଧିକ ସାମଗ୍ରୀ ମଧ୍ୟ ଦରକାର ନାହିଁ। ତେବେ ଆଜି ମହିଳା ଦିବସରେ ଘରେ ଏମିତି ବନାନ୍ତୁ କମଳା ବରଫି।

ଆବଶ୍ୟକୀୟ ସାମଗ୍ରୀ:

୫ ଟା କମଳା
୪୦୦ ଗ୍ରାମ୍‌ ଖୁଆ
୪୦୦ ଗ୍ରାମ୍‌ ଗୁଣ୍ଡ ଚିନି
୫ କାଜୁ
୫ ବାଦାମ
୧ ଛୋଟ ଚାମଚ ଅଚେଇଚ ଗୁଣ୍ଡ
୧ ଚାମଚ ଘିଅ
୧/୪ କପ୍‌ କୋରା ନଡ଼ିଆ

Enjoy the Sweet and Delicious Orange Barfi of Nagpur

ପ୍ରସ୍ତୁତି ପ୍ରଣାଳୀ:

କମଳାର ବରଫି ତିଆରି କରିବା ପାଇଁ ପ୍ରଥମେ କମଳାର ଚୋପା ଛଡ଼ାଇ ଦେଇ ରସକୁ କାଢ଼ି ଅଲଗା ରଖନ୍ତୁ। ଏବେ କଡ଼େଇରେ ଖୁଆରେ ଚିନି ପକାଇ ହାଲ୍‌କା ଆଞ୍ଚରେ ଟିକେ ଭାଜନ୍ତୁ। ଏହା ସୁନେଲି ରଙ୍ଗର ହୋଇଥିଲେ ଏଥିରେ କମଳା ରସ ଓ କୋରା ନଡ଼ିଆ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ। ଏହା କାଠୁଆ ହୋଇଗଲେ ଏଥିରେ ଘିଅ ଓ ଗୁଣ୍ଡ ଅଳେଇଚ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏକ ବଡ଼ ଥାଳିରେ ଘିଅ ଲଗାଇ ଚିକ୍କଣ କରିଦିଅନ୍ତୁ। ତା’ ଉପରେ ଏହି ମିଶ୍ରଣକୁ ଢାଳି ଥାପି ଦିଅନ୍ତୁ। ଏହା ଉପରେ କଟା ବାଦାମ ପକାନ୍ତୁ। ଏବେ ଏହାକୁ ନିଜ ଇଚ୍ଛା ମୁତାବକ ଆକାରରେ କାଟି ସର୍ଭ କରନ୍ତୁ ‘କମଳା ବରଫି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.