ଭାରତରେ ଶିକ୍ଷକ ମାନଙ୍କର କାର୍ଯ୍ଯଦକ୍ଷତା ହେବ ଉନ୍ନତ, ସିଙ୍ଗାପୁର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗ ଆହୁରି ଦୃଢ କରିବା ନେଇ ଆଲୋଚନା ହୋଇଛି। ଭାରତରେ ବିଦ୍ୟାଳୟ ଶିକ୍ଷାସ୍ତରରୁ ସିଙ୍ଗାପୁରର ସହାୟତା ଓ ସହଯୋଗ ମାଧ୍ୟମରେ ଆମ ଦେଶର ଧନ୍ଦାମୂଳକ ଶିକ୍ଷା ସହ ଦକ୍ଷତା ବିକାଶକୁ କିପରି ଆହୁରି ଦୃଢ କରାଯାଇ ପାରିବ ସେ ନେଇ ବିଶେଷ ଗୁରୁତ୍ୱାରୋପ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସିଙ୍ଗାପୁର ଗସ୍ତର ତୃତୀୟ ଦିନରେ ସିଙ୍ଗାପୁର ଶିକ୍ଷାମନ୍ତ୍ରୀ ଚାନ୍‌ ଚୁନ୍‌ ସିଂଙ୍ଗଙ୍କ ସହ ଆଲୋଚନା। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଥିବା ସହଯୋଗ ଆହୁରି ଦୃଢ କରିବା ନେଇ ଆଲୋଚନା ହୋଇଛି। ଭାରତରେ ବିଦ୍ୟାଳୟ ଶିକ୍ଷାସ୍ତରରୁ ସିଙ୍ଗାପୁରର ସହାୟତା ଓ ସହଯୋଗ ମାଧ୍ୟମରେ ଆମ ଦେଶର ଧନ୍ଦାମୂଳକ ଶିକ୍ଷା ସହ ଦକ୍ଷତା ବିକାଶକୁ କିପରି ଆହୁରି ଦୃଢ କରାଯାଇ ପାରିବ ସେ ନେଇ ବିଶେଷ ଗୁରୁତ୍ୱାରୋପ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଉଭୟ ଦେଶ ମଧ୍ୟରେ ଥିବା ପରସ୍ପର ସହଯୋଗକୁ ଢାଞ୍ଚାଗତ ରୂପ ଦେବାକୁ ଦୁଇ ଦେଶର ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ବିଶେଷ ଭାବରେ ଭାରତରେ ଶିକ୍ଷକ ମାନଙ୍କର କାର୍ଯ୍ୟଦକ୍ଷତା, ଭବିଷ୍ୟତର ନୂଆ ନୂଆ ରୋଜଗାର ସୁଯୋଗ ସମେତ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ପାଇଁ ଉଭୟ ଦେଶ ମଧ୍ୟରେ ଢାଞ୍ଚାଗତ ସହଯୋଗ ବୃଦ୍ଧି ନେଇ ବିଶେଷ ଆଲୋଚନା ହୋଇଛି। ଗସ୍ତ ସମୟରେ ସିଙ୍ଗାପୁରର ଜୀବନବ୍ୟାପୀ ଶିକ୍ଷାଗ୍ରହଣ ଆଗ୍ରହର ପୃଷ୍ଠଭୂମି ତାଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।