ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ନୀତିନିର୍ଘଣ୍ଟ, ସ୍ନାନମଣ୍ଡପରେ ଶ୍ରଦ୍ଧାଳୁମାନେ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେନି

ତିନିର୍ଘଣ୍ଟ ଅନୁଯାୟୀ, ୪ ତାରିଖ ଭୋର ୪ଟାରୁ ୬ଟା ମଧ୍ୟରେ ଡୋର ଲାଗି ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ । ଦିନ ୧୧ଟା ୨୦ରୁ ୧୨ଟା ୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ କରାଯିବ । ଅପରାହ୍‌ଣ ୨ଟା ୪୦ ସୁଦ୍ଧା ହାତୀ ବେଶ ସରିବ ପରେ ସ୍ନାନମଣ୍ଡପରେ ଆରମ୍ଭ ହେବ ଦର୍ଶନ ।

ପୁରୀ(କେନ୍ୟୁଜ୍): ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି । ନୀତିନିର୍ଘଣ୍ଟ ଅନୁଯାୟୀ, ୪ ତାରିଖ ଭୋର ୪ଟାରୁ ୬ଟା ମଧ୍ୟରେ ଡୋର ଲାଗି ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ । ଦିନ ୧୧ଟା ୨୦ରୁ ୧୨ଟା ୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ କରାଯିବ । ଅପରାହ୍‌ଣ ୨ଟା ୪୦ ସୁଦ୍ଧା ହାତୀ ବେଶ ସରିବ ପରେ ସ୍ନାନମଣ୍ଡପରେ ଆରମ୍ଭ ହେବ ଦର୍ଶନ । ସ୍ନାନପୂର୍ଣ୍ଣମୀରେ ଅବରୋଧ ମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି । ସ୍ନାନମଣ୍ଡପରେ ଶ୍ରଦ୍ଧାଳୁମାନେ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେନି । ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସେଡ୍‌ ସହ ପାନୀୟ ଜଳର ବ୍ୟବସ୍ଥା କରାଯିବ । ଆଜି ଘଣ୍ଟୁଆ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକ ହୋଇଛି । ସ୍ନାନଯାତ୍ରା ବିଜେ ଓ ବାହୁଡ଼ା ପହଣ୍ଡି ସମୟରେ ୭୫ ଜଣ ଘଣ୍ଟୁଆ ରହିବେ ।

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦୦ ଅଧିକାରୀ ମୁତୟନ ହେବେ । ବଡ଼ଦାଣ୍ଡକୁ ବିଭିନ୍ନ ସେକ୍ଟରରେ ବିଭକ୍ତ କରାଯାଇଛି । ସ୍ନାନପୂର୍ଣ୍ଣମୀ ପୂର୍ବଦିନ ଟ୍ରାଫିକ କଟକଣା ଲାଗୁ ହେବ । ୧୨ଟି ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ନୋ ଭେଇକିଲ ଜୋନ କରାଯିବ । ଆଜି ଏସପି କେ.ବିଶାଲ ସିଂହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମରିଚିକୋଟ ଛକରୁ ବ୍ୟାରିକେଡ଼ କରାଯିବ । ସେପଟେ ଆସନ୍ତା ଜୁନ ୨୦ରେ ମହାପ୍ରଭୁ ରଥଯାତ୍ରା ପାଇଁ ତିନି ରଥ ତିଆରି କାମ ଦ୍ରୁତଗତିରେ ଆଗେଇ ଚାଲିଛି ।  ଆଜି ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ନୀତି ସମ୍ପନ୍ନ ହୋଇଛି । ଆସନ୍ତା ୨ ତାରିଖରେ ଦଇତାପତିମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ସ୍ନାନପୂର୍ଣ୍ଣିମାରେ ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କୁ ନୀତିକାନ୍ତି ସଂପନ୍ନକୁ ଗୁରୁତ୍ୱ ଦିଆଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.