ଅଭିଯୁକ୍ତ ଘର ସାମ୍ନାରେ ପୀଡ଼ିତାର ଧାରଣା: ବିବାହିତା ମହିଳାଙ୍କୁ ଜବରଦସ୍ତି ଉଠାଇ ନେଇ ପୁଣି ଛାଡ଼ି ଦେଇଥିବା ଅଭିଯୋଗ

କଣିହାଁ(କେନ୍ୟୁଜ୍): ପ୍ରତାରଣାର ଶିକାର ହେଲେ ବିବାହିତା ମହିଳା । ଅଭିଯୁକ୍ତ ଘର ସାମ୍ନାରେ ପୀଡ଼ିତାଙ୍କ ଧାରଣା । ଜୋର ଜବରଦସ୍ତି ଜଣେ ବିବାହିତା ମହିଳାଙ୍କୁ ଉଠାଇ ନେଇ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଭାଲିଆବେଡା ଗାଁରେ ।

ସେହି ଗାଁର ମିତାରାଣୀ ସାହୁ ୧୯ ବର୍ଷ ତଳେ ବିବାହ କରି ନିଜ ପରିବାର ସହ ରହୁଥିଲେ । ଗତ ମେ’ ମାସ ୭ତାରିଖ ରାତିରେ ମିତାରାଣୀଙ୍କୁ ଗାଁର ଜଣେ ବିବାହିତ ପୁରୁଷ ସୁକାନ୍ତ ସାହୁ ଜୋର ଜବରଦସ୍ତ ଉଠାଇ ନେଇ ଭୁବନେଶ୍ୱର ଚାଲି ଆସିଥିଲା । ଡୁମୁଡୁମା ଅଞ୍ଚଳର ଏକ ଭଡ଼ା ଘରେ ରଖିଥିଲେ ସୁକାନ୍ତ ।

ଗତ ନଭେମ୍ବର ୧୦ ତାରିଖରେ ମାଡ ମାରି ସେଠାରୁ ଛାଡି ଚାଲି ଆସିଥିଲେ ସୁକାନ୍ତ । ଘଟଣାର ପରଦିନ ମହିଳାଙ୍କୁ ଘର ମାଲିକ ଓ ପଡୋଶୀ ଉଦ୍ଧାର କରିଥିଲେ । ଏନେଇ ନଭେମ୍ବର ୩ ତାରିଖରେ ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଚଳାଇଛି ପୋଲିସ । ଫେରାର ସୁକାନ୍ତକୁ ଗିରଫ ଦାବିରେ ୫ ଦିନ ହେଲା ତାଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ମିତାରାଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.