ଏଭରେଷ୍ଟ ଆରୋହିଣୀ କଳ୍ପନା ଦାସଙ୍କ ଢେଙ୍କାନାଳ ଘରୁ ଭୁବନେଶ୍ୱର ଯାଏ ଦୌଡ଼ିଲେ ଦିପ୍ତିଦାସ, ରନିଂ ପଛରେ ରହିଛି ଏହି ଉଦ୍ଦେଶ୍ୟ

 ଢେଙ୍କାନାଳ(କେନ୍ୟୁଜ): ଏଭରେଷ୍ଟ ଆରୋହିଣୀ କଳ୍ପନା ଦାସଙ୍କ ଢେଙ୍କାନାଳ ଘରୁ ଭୁବନେଶ୍ୱର ଦୌଡିଲେ ଦିପ୍ତିଦାସ । ଢେଙ୍କାନାଳରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ୬୬ କିଲୋମିଟର ରନ୍‌ । ଭୁବନେଶ୍ୱର ଜୟଦେବ ବିହାର ଠାରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକୁ ଢେଙ୍କାନାଳର ପର୍ବତାରୋହିଣୀ ସ୍ୱର୍ଗତ କଳ୍ପନା ଦାସଙ୍କ ନାମରେ ନାମିତ କରିବାକୁ ରନ କରିଛନ୍ତି ଜଣେ ଉଲଟ୍ରା ମାରାଥନ ରନର ଦିପ୍ତି ଦାସ । ସେ ପେଶାରେ ଜଣେ ସଫ୍ଟେଓ୍ଵର ଇଂଜିନିୟର ମଧ୍ୟ । ତାଙ୍କ ସାଙ୍ଗରେ ଅନ୍ୟ ଜଣେ ରନର ସିଦ୍ଧାର୍ଥ ଶଙ୍କର ଦାସ ଓ କିଛି ଯୁବକ ମଧ୍ୟ ସହଯୋଗ କରିଛନ୍ତି ।

କଳ୍ପନା ଦାସ ୨୦୧୯ ମସିହାରେ ୫୨ ବର୍ଷ ବୟସରେ ନେପାଳ କାଠମାଣ୍ଡୁର ପୃଥିବୀର ସବୁଠାରୁ ଉଚ୍ଚତମ ଗିରିଶୃଙ୍ଘ ମାଉଣ୍ଟ ଏଭରେଷ୍ଟ ଜୟ କରିବାକୁ ଯାଇ ଫେରିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ୮ହଜାର ୪ଶହ ଫୁଟ ଉପରେ ଅମ୍ଲଜାନ ଶେଷ ହୋଇଯିବାରୁ ସେ ଆଉ ତଳକୁ ଆସିପାରି ନଥିଲେ । ତାଙ୍କର ସ୍ମୁତିକୁ ଉଜ୍ଜିବିତ ରଖିବା ସହିତ ରାଜ୍ୟବାସୀ ତାଙ୍କୁ ସବୁଦିନ ପାଇଁ ମନେ ରଖିବେ । ସେଥିପାଇଁ ସେ ରାଜ୍ୟ ସରକାରଙ୍କ ନିକଟରେ କଳିଙ୍ଗ ଷ୍ଟାଡିୟମ ମୁଖ୍ୟ ରାସ୍ତାକୁ ତାଙ୍କ ନାମରେ ନାମିତ କରିବାକୁ ଏହି ଦୌଡ କରୁଥିବା କହିଛନ୍ତି । ଢେଙ୍କାନାଳ କୁମ୍ଭାର ସାହି ସ୍ଥିତ କଳ୍ପନା ଦାସଙ୍କ ଘର ଠାରୁ ତାଙ୍କ ମା’ଙ୍କ ଠାରୁ ଆଶିର୍ବାଦ ନେଇ ରନର ଦିପ୍ତି ଦାସ ଏହି ମାରାଥନ ଦୌଡ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.