Below header

ସାରୁଅ ଜମି କିଣାବିକା ମାମଲା: ଦୁଇ ଦିନିଆ ରିମାଣ୍ଡରେ ଗଲେ ଓଡ଼ିଶା ଇନଫ୍ରାଟେକ୍‌ ନିର୍ଦ୍ଦେଶକ ତଥା ଓଟିଭି ସିଏଫଓ

ଭୁବନେଶ୍ବର: ରିମାଣ୍ଡରେ ଗଲେ ଓଡ଼ିଶା ଇନଫ୍ରାଟେକ୍‌ ନିର୍ଦ୍ଦେଶକ ତଥା ଓଟିଭି ସିଏଫଓ ମନୋରଞ୍ଜନ ଷଡଙ୍ଗୀ । ମନୋରଞ୍ଜନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ହେଲେ ଦୁଇ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ ଭୁବନେଶ୍ୱର ଜିଲ୍ଲା ଦୌରା ଜଜ କୋର୍ଟ । ସାରୁଅ ଜମି କିଣାବିକା ମାମଲାରେ କ୍ରାଇମବ୍ରାଞ୍ଚ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଛି ।

ତାଙ୍କ ବିରୋଧରେ ଲାଗିଛି ୪୨୦/୪୨୩/୪୬୭/୪୬୮/୪୭୧/୧୨୦-B ସଙ୍ଗୀନ ଦଫା । ଠକେଇ, ପ୍ଲଟ କନଭର୍ଟ କରିବା ଭଳି ଫର୍ଜରୀ, ଅପରାଧୀକ ଷଡଯନ୍ତ୍ର ଭଳି ମାମଲା ଲାଗିଛି । ମନୋରଞ୍ଜନ ଷଡଙ୍ଗୀ ଏବେ ଓଟିଭି ସିଏଫଓ ଭାବେ କାର୍ଯ୍ୟରତ । ପୂର୍ବରୁ ଜମି କିଣାବିକା ମାମଲାରେ ଓଟିଭି କାର୍ଯ୍ୟାଳୟରେ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ୨୯ ତାରିଖରେ ସାରୁଅରେ କ୍ରାଇମବ୍ରାଞ୍ଚ ଟିମ୍‌ ସରଜମିନ ତଦନ୍ତ କରିବା ସହ ଲୋକଙ୍କ ମତ ନେଇଥିଲା । ଗତ ୧୪ ତାରିଖରେ ବହୁ ଚର୍ଚ୍ଚିତ ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି ହଡପ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.