Below header

ରାଜସ୍ଥାନକୁ ହରାଇ ଆଇପିଏଲରୁ ବିଦା କଲା କୋଲକତା, ୬୦ ରନରେ ଜିତିଲା କୋଲକତା

ରବିବାର ରାତି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ରାଜସ୍ଥାନ ରୟାଲ୍ସକୁ ଆଇପିଏଲ୍ ଲିଗରୁ ବିଦା କରିଛି। କେକେଆର୍ ୧୯୨ ରନର କଷ୍ଟକର ବିଜୟ ଲକ୍ଷ୍ୟ ଦେବା ପରେ ବ୍ୟାଟିଂକ୍ରମକୁ ଶେଷ ପର୍ଯ୍ୟନ୍ତ ସଜାଡ଼ି ପାରିନଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୩୧ ରନ୍ କରିପାରିଥିଲା। ଅଧିନାୟକ ଇଆନ ମୋର୍ଗାନଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପାଟ କମିନ୍ସଙ୍କ ଘାତକ ବୋଲିଂ ବଳରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲର ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୬୦ ରନରେ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରି କୋଲାକାତା ନାଇଟ୍ ରାଇଡର୍ସ ଅଧିନାୟକ ଇଅନ ମୋର୍ଗାନଙ୍କ ଅପରାଜିତ ୬୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୧ ରନ କରିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ପାଟ୍ କମିନ୍ସ, ଶିବମ ମାଭିଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୧ ରନରେ ସୀମିତ ରହିଥିଲା। ପାଟ କମିନ୍ସ ୪ ଓ୍ଵିକେଟ୍ ନେଇ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

କୋଲକାତା ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିନପାରି ରାଜସ୍ଥାନ ୯ ଓ୍ଵିକେଟ୍ ହରାଇ ୧୩୧ ରନରେ ସୀମିର ରହିଥିଲା। ଦଳ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ ୩୫ ରନ କରିଥିବା ବେଳେ ରାହୁଲ ତେଓ୍ଵତିଆ ୩୧ ରନ ଏବଂ ଶ୍ରେୟସ ଗୋପାଲ ଅପରାଜିତ ୨୩ ରନ କରିଥିଲେ। କୋଲକାତା ପକ୍ଷରୁ ପାଟ୍ କମିନ୍ସ ସର୍ବାଧିକ ୪ ଓ୍ଵିକେଟ୍ ନେଇଥିବା ବେଳେ ଶିବମ ମାଭି ଓ ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.