Below header

ସରିଲା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର: ଆସନ୍ତାକାଲି ମତଦାନ, ଆବଶ୍ୟକ ସରଞ୍ଜାମ ଧରି ସବୁ ବୁଥରେ ପହଞ୍ଚିଛନ୍ତି ପୁଲିଂ ପାର୍ଟି

ବାଲେଶ୍ୱର/ତିର୍ତ୍ତୋଲ: ସରିଲା ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର । ଆସନ୍ତାକାଲି ମତଦାନ । ଭୋଟିଂ ପୂର୍ବରୁ ସମସ୍ତ ପ୍ରସ୍ତୁତି ହୋଇଛି । ମତଦାନ ପାଇଁ ଇଭିଏମ୍‌ ଓ ଆବଶ୍ୟକ ସରଞ୍ଜାମ ଧରି ସବୁ ବୁଥରେ ପହଞ୍ଚିଛନ୍ତି ପୁଲିଂ ପାର୍ଟି । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୨ ଲକ୍ଷ ୩୯ ହଜାର ୧୫୩ ଭୋଟର । ମୋଟ ବୁଥ ସଂଖ୍ୟା ୩୭୩ । ସେଥିମଧ୍ୟରୁ ୧୫୫ଟି ସମ୍ବେଦନଶୀଳ । ୨୧ ପ୍ଲାଟୁନ ପୋଲିସ, ୩ ପ୍ଲାଟୁନ ସେଣ୍ଟ୍ରାଲ ଫୋର୍ସ ଓ ଏସ୍‌ପି ସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

ସେହିପରି ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୬୨ ହଜାର ୫୮୨ । ମୋଟ ବୁଥ ସଂଖ୍ୟା ୩୪୬ । ସେ ଭିତରୁ ୮୫ଟି ବୁଥ ସମ୍ବେଦନଶୀଳ । ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ଏବେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ଅଣଭୋଟର ନଜରକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରତି ବୁଥ୍‌ରେ ଜଣେ ଲେଖାଏ ଆଶାକର୍ମୀ ଓ ସ୍ୱେଚ୍ଛାସେବୀ ନିୟୋଜିତ ହେବେ ।

ମତଦାନ ପାଇଁ ସବୁ ବୁଥ୍‌କୁ ସାନିଟାଇଜ କରାଯିବ । ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ଭୋଟରଙ୍କୁ ହ୍ୟାଣ୍ଡ ସାନିଟାଇଜ ସହ ଗ୍ଳୋଭସ ଦିଆଯିବ । ବାଲେଶ୍ୱରରେ ଭୋଟଗ୍ରହଣ ସମୟରେ ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଓ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏହାସହ ୨୦୦ ଅଫିସର, ୧୦ ଜଣ ଏଏସ୍‌ପି ଓ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.