Below header

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର, ଚଳିତ ବର୍ଷ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି ମହାମାରୀ

ଭୁବନେଶ୍ବର: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଚଳିତ ବର୍ଷ କରୋନା ଯୋଗୁ ଭକ୍ତଙ୍କ ପାଇଁ ବନ୍ଦ ରାଜ୍ୟର ସମସ୍ତ ଶୈବ ପୀଠ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମହାମାରୀ ଲକ୍ଷ୍ମଣରେଖା ଟାଣିଛି । ମହାଦେବଙ୍କ ଦର୍ଶନରୁୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କେତେକ ସ୍ଥାନରେ ମନ୍ଦିର ଆଗରେ ଦୀପ ଜାଳି ମହାଦେବଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ଭକ୍ତ ।

ପ୍ରତିବର୍ଷ କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଶୈବପୀଠରେ ଭକ୍ତଙ୍କ ଗହଳି ଲାଗେ । ବିଶ୍ୱାସ ରହିଛି, ଏହି ମାସରେ କାର୍ତ୍ତିକ ବ୍ରତ ରଖିଲେ ମନସ୍କାମନା ପୂରଣ କରି ଥାଆନ୍ତି ମହାଦେବ । ଆଜିଠାରୁ କାର୍ତ୍ତିକ ବ୍ରତ ରଖିବା ସହ ପଞ୍ଚୁକ ବଡ଼ଓଷା ପାଳନ କରି ଥାଆନ୍ତି ଶ୍ରଦ୍ଧାଳୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.