Below header

ବିବାହର ୨ ଦିନ ପରେ ବ୍ରାଇଡଲ ଫଟୋସୁଟ୍‌ର ଫଟୋ ସେୟାର କଲେ କାଜଲ ଅଗ୍ରଓ୍ଵାଲ, ରୋମାଣ୍ଟିକ୍‌ ମୁଡ୍‌ରେ ଆସିଲେ ନଜର

ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଅକ୍ଟୋବର ୩୦ରେ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ତାଜ୍‌ ହୋଟେଲରେ ସେ ବିବାହ କରିଛନ୍ତି। କାଜଲଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ବିବାହ ପରେ ଅଭିନେତ୍ରୀ ବ୍ରାଇଡଲ ଫଟୋସୁଟ୍‌ର କେତେକ ଫଟୋ ସେୟାର କରିଛନ୍ତି, ଯାହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।

ଥରେ ନଜର ପକାନ୍ତୁ ଏସବୁ ଫଟୋ ଉପରେ…

 

View this post on Instagram

 

❤️

A post shared by Kajal Aggarwal (@kajalaggarwalofficial) on


କାଜଲ ଲଗାତାର ତିନିଟି ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ମୋ ପ୍ରିୟ ଅନାମିକା ଖାନ୍ନା ଏହି ଡ୍ରେସରେ ସବୁ ଛୋଟରୁ ଛୋଟ ଜିନିଷ ମୋତେ ପସନ୍ଦ ଆସିଛି। ଆପଣଙ୍କ ଏହି କଠିନ ପରିଶ୍ରମ ପାଇଁ ବହୁତ ବହୁତ ଧନ୍ୟବାଦ। ସବୁଠୁ ଜରୁରୀ କଥା ଆପଣଙ୍କ ମନରେ ମୋ ପାଇଁ ଥିବା ସବୁ ଭଲ ପାଇବା ଏହି ଡ୍ରେସ୍‌ରେ ଦେଖିବାକୁ ମିଳିଛି। ମୋର ଏହି ଖାସ୍‌ ଦିନକୁ ଆପଣ ଆହୁରି ଖାସ୍‌ କରି ଦେଇଛନ୍ତି।

ଏହି ଫଟୋରେ କାଜଲ ହସୁଥିବା ଓ ଲାଜ କରୁଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ କାଜଲ ଅଗ୍ରଓ୍ଵାଲ ସ୍ୱାମୀ ଗୌତମ କିଚଲୁଙ୍କ ସହ ମଣ୍ଡପ ଓ ବିବାହର କେତେକ ଫଟୋ ସେୟାର କରିଥିଲେ। ଏହି ଫଟୋରେ କାଜଲ ଗୌତମଙ୍କୁ କିସ୍‌ କରୁଥିବା ଦେଖିବାକୁ ମିଳିଥିଲା।

 

View this post on Instagram

 

In our Punjabi meets Kashmiri wedding, we just had to include #Jeelakarrabellam జీలకర్రాబెల్లం – a tribute to both Gautam and my individual relationships with South India! 😍 In a Telugu wedding, Jeelakarra Bellam signifies the union/marriage of the bride and the groom. Jeelakarra (cumin) and bellam (jaggery) are made into a thick paste and put on a tamalapaku (betel leaf). The bride and the groom put it on each other’s head while the purohit chants mantras from the Vedas. The bride and the groom look at each other only after this ceremony is completed and this auspicious ceremony signifies that the couple will stay together in bitter and sweet times ❤️

A post shared by Kajal Aggarwal (@kajalaggarwalofficial) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.