ଆଜିଠୁ ୫ ତାରିଖ ପଯ୍ୟର୍ନ୍ତ କଟକ ସହରରେ ଚାଲିବ ସେରୋ ସର୍ଭେ, ଶରୀରରେ କେତେ ଆଣ୍ଟିବଡି ପ୍ରସ୍ତୁତ ହୋଇ ରହିଛି ତାହା କରାଯିବ ଅନୁଧ୍ୟାନ

କଟକ: ଆଜିଠୁ କଟକ ସହରରେ ଆରମ୍ଭ ହେବ ସେରୋ ସର୍ଭେ । କଟକ ବାସିନ୍ଦାଙ୍କ ଶରୀରରେ କରୋନାର ମୁକାବିଲା ପାଇଁ କେତେ ଆଣ୍ଟିବଡି ପ୍ରସ୍ତୁତ ହୋଇ ରହିଛି ତାହା ଅନୁଧ୍ୟାନ କରାଯିବ । ୫ ତାରିଖ ପଯ୍ୟର୍ନ୍ତ ଚାଲିବ ଏହି ସର୍ଭେ। ସହରର ୨୫ଟି ଓ୍ଵାର୍ଡରେ ସର୍ଭେ ହେବ ।

ପ୍ରତି ଓ୍ଵାର୍ଡରୁ ୭୦ ଜଣଙ୍କଠାରୁ ସାମ୍ପଲ ନିଆଯାଇ ସର୍ଭେ ହେବ । ସର୍ଭେ କାର୍ଯ୍ୟ ପାଇଁ ୫ଟି ଟିମ୍‌ ଗଠନ କରାଯାଇଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ ସେରୋ ସର୍ଭେ। ଆଇସିଏମଆର ଓ କଟକ ମହାନଗର ନିଗମର ମିଳିତ ସହାୟତାରେ ଏହି ସର୍ଭେ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.