Below header

ମଣିଷ ଭୁଲୁଛି ମଣିଷତ୍ବ: ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ କିଏ ଛାଡି ଦେଇଗଲା ଦିବ୍ୟାଙ୍ଗ ଶିଶୁକୁ?

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରୁ ଦିବ୍ୟାଙ୍ଗ ଶିଶୁ ଉଦ୍ଧାର । ଶିିଶୁଟିର ବୟସ ପ୍ରାୟ ୩ରୁ ୪ବର୍ଷ ହେବ । ଶିଶୁଟିକୁ କେହି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ସଦ୍ଭାବନା ଗୃହ ପ୍ରବେଶ ପଥରେ ଛାଡି ଦେଇ ପଳାଇ ଯାଇଥିଲା ।

ଖବର ପାଇ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ଖୁଣ୍ଟିଆ ଶିଶୁକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ଶିଶୁକୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯିବା ପରେ ଥଇଥାନ କରାଯିବ । ଏହା ସହ ଘଟଣାର ତଦନ୍ତ କରାଯିବ ବୋଲି ଉଭୟ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.