Below header

୨୩ରେ ପ୍ରାଥମିକ ଶିକ୍ଷକ ସଂଘ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଆଲୋଚନା, ଶିକ୍ଷକ ଫେଡେରେସନ ପକ୍ଷରୁ ସୂଚନା

ଗତ ୧୮ ତାରିଖରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା । ସରକାରଙ୍କ ସହ ସକାରାତ୍ମକ ଆଲୋଚନା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । ଏହାପରେ କାର୍ଯ୍ୟରେ ଯୋଗଦେଇଥିଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ।

କେନ୍ୟୁଜ୍(ବ୍ୟୁରୋ): ପ୍ରାଥମିକ ଶିକ୍ଷକ ସଂଘ-CMO ଶନିବାର ଆଲୋଚନା । ଆସନ୍ତା ୨୩ରେ ପ୍ରାଥମିକ ଶିକ୍ଷକ ସଂଘ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ହେବ ଆଲୋଚନା। ଏନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୩ ଦଫା ଦାବିରେ ପାଖାପାଖି ଦଶ ଦିନ ଧରି କାର୍ଯ୍ୟ ବନ୍ଦ କରି ଧାରଣା ଦେଇଥିବା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ସ୍ଥଗିତ ରଖିଥିଲା ।

ଗତ ୧୮ ତାରିଖରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା । ସରକାରଙ୍କ ସହ ସକାରାତ୍ମକ ଆଲୋଚନା ପରେ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । ଏହାପରେ କାର୍ଯ୍ୟରେ ଯୋଗଦେଇଥିଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ।

ଡିସେମ୍ବର ସୁଦ୍ଧା ସଂଘର ସମସ୍ତ ଦାବି ପୂରଣ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ । ଠିକା ବ୍ୟବସ୍ଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଭଳି ତିନି ଦଫା ଦାବିରେ ୧୦ ଦିନ ଧରି ଧାରଣା ଚଳାଇଥିଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ । ସାମୂହିକ ଛୁଟିରେ ରହିଥିଲେ ରାଜ୍ୟର ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.