ଚାଷୀ ହେବେ ରୋଜଗାରକ୍ଷମ, ଓଡିଶା ବନାଞ୍ଚଳ ଉନ୍ନୟନ ସଂଯୋଗୀକରଣ କାର୍ଯ୍ୟକ୍ରମରେ ଲୋକଙ୍କୁ ବଣ୍ଟାଗଲା ବିହନ

ରାଇରଙ୍ଗପୁର (କେନ୍ୟୁଜ) : ଓଡିଶା ବନାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ମଣନ୍ଦା ବନାଞ୍ଚଳ ଅନ୍ତର୍ଗତ କେସମ ଗ୍ରାମରେ ଆଇଟିଡିଏ ରାଇରଙ୍ଗପୁର ମାଧ୍ୟମରେ ଆଦିବାସୀ ଚାଷୀ ମାନଙ୍କୁ ଉନ୍ନତମାନର ମକା ଏବଂ ବିହନ ସଂଯୋଗୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ବିନା ମୂଲ୍ୟରେ ବଣ୍ଟନ କରାଯାଇଛି।

ଓଡିଶା ବନାଞ୍ଚଳ ଉନ୍ନୟନର ସଂଯୋଗୀକରଣ କାର୍ଯ୍ୟକ୍ରମ ଜଙ୍ଗଲ ନିକଟସ୍ଥ ଆଦିବାସୀ ମାନଙ୍କର ସାମାଜିକ ଓ ଆର୍ଥିକ ଜୀବନ ଜୀବିକାର ବିକାଶ ନିମନ୍ତେ ଏହି ମକା ଚାଷ ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବ ବୋଲି ଆଶା କରାଯାଉଛି। ମଣନ୍ଦା କ୍ଷେତ୍ର ପରିଚାଳନା କାର୍ଯ୍ୟାଳୟ ପକ୍ଷରୁ ମକା ଏବଂ ଅନ୍ୟାନ୍ୟ ଚାଷ ନିମନ୍ତେ ଚାଷୀ ମାନଙ୍କୁ ବିନା ମୂଲ୍ୟରେ ଆଇଟିଡିଏ ଦ୍ୱାରା ବିହନ ଯୋଗାଇ ଦିଆଯାଇଛି। ସେହିପରି ଏହି କାର୍ଯ୍ୟକ୍ରମରେ ବହୁ ଚାଷୀ ଜମିରେ ମକା ଚାଷ କରିବା ପାଇଁ ବିହନ ନେଇଛନ୍ତି।

bijayaତେବେ ଏହି କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ବନଖଣ୍ଡର ବିଷୟଭିତ୍ତିକ ବିଶେଷଜ୍ଞ ଶ୍ରୀ ତ୍ରିଲୋଚନ ରାୟ ଏବଂ ଶ୍ରୀ ଲୋକନାଥ ସାହୁ ଖୁବ ପ୍ରଶଂସା କରିଛନ୍ତି। ସେହିପରି ମଣନ୍ଦା କ୍ଷେତ୍ର ପରିଚାଳନାର ସଂଯୋଜକ ଶ୍ରୀ ବିଜୟ କେତନ ବିଶ୍ୱାଳ ଓ ଶ୍ରୀ ଅଭିଷେକ ପରୀକ୍ଷା ସୁଚାରୁରୂପେ ପରିଚାଳନା କରିଛନ୍ତି। ମଣନ୍ଦା କ୍ଷେତ୍ର ପରିଚାଳନାର ମୁଖ୍ୟ ଶ୍ରୀ ବନବିହାରୀ ସର୍ଦ୍ଦାର ଉକ୍ତ କାର୍ଯ୍ୟକ୍ରମକୁ ତଦାରଖ କରିବା ସହିତ କାର୍ଯ୍ୟକ୍ରମକୁ ପ୍ରଶଂସା ମଧ୍ୟ କରିଛନ୍ତି। ରାଇରଙ୍ଗପୁର ଏସଏମଏସ ଆଇଟିଡିଏ ଶ୍ରୀ ରବିନ୍ଦ୍ର ଗିରି। ଆଇଟିଡିଏ ରାଇରଙ୍ଗପୁରର ପ୍ରୋଜେକ୍ଟ ମ୍ୟାନେଜର,  ଶ୍ରୀମତୀ ସ୍ୱର୍ଣ୍ଣଲତା ରଥ। ଫରେଷ୍ଟର ଶ୍ରୀ ସୁଶାନ୍ତ ପାତ୍ର। ଶ୍ରୀ ଅଜିତ ଗିରି, କେସମ ଗ୍ରାମର ଭିଏସଏସ ଶ୍ରୀ ଭୀମ ଚରଣ ହାଂସଦା ଏହି କାର୍ଯ୍ୟକ୍ରମକୁ ଖୁବ ପ୍ରଶଂସା କରିଛନ୍ତି। ଏହି ସଂଯୋଗୀକରଣ କାର୍ଯ୍ୟ ଚାଷୀଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବ ବୋଲି ଡିଏଫଓ ଡକ୍ଟର ଅରୁଣ କୁମାର ମିଶ୍ର ମତପ୍ରକାଶ କରିଛନ୍ତି।

Leave A Reply

Your email address will not be published.