୨୬୦ କୋଟିର ଘରୋଇ ଜେଟ୍‌ ଠାରୁ ଆଲିଶାନ୍‌ ବଙ୍ଗଳା, ଏପରି ୫ଟି ମୂଲ୍ୟବାନ ଜିନିଷର ମାଲିକ ହେଉଛନ୍ତି ଅକ୍ଷୟ କୁମାର

ବଲିଉଡ୍‌ରେ ଭିନ୍ନ ଭିନ୍ନ କଳାକାରଙ୍କର ଭିନ୍ନ ଭିନ୍ନ ସଉକ ରହିଛି । ତେବେ ଅଭିନେତା ଅକ୍ଷୟ କୁମାର ସମସ୍ତଙ୍କ ଠାରୁ ଟିକିଏ ନିଆରା । ତାଙ୍କର ସୈାଖିନ ଜୀବନ ଯାପନ ପ୍ରଣାଳୀ ଦେଖିଲେ ଯେ କେହି ତାଙ୍କୁ ଜଣେ ସୈାଖିନ ବ୍ୟକ୍ତି ଭାବରେ କହିବାକୁ ଭୁଲ୍‌ କରିବ ନାହିଁ ।

akshay-kumar-house

ଏକ ସାଧାରଣ ପରିବାରରେ ଜନ୍ମ ନେଇଥିବା ଅକ୍ଷୟ କୁମାର ଆଜି ବଲିଉଡ୍‌ର ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ମଧ୍ୟରୁ ଜଣେ । ଅକ୍ଷୟ କୁମାରଙ୍କ ବ୍ୟକ୍ତିଗତ ଜୀବନକୁ ଦେଖିଲେ ସେ ସୁପରଷ୍ଟାର ଅପେକ୍ଷା ଜଣେ ସୈାଖିନ୍‌ ବ୍ୟକ୍ତି ଭାବରେ ବେଶ୍‌ ଜଣାଶୁଣା ।

ଆଜିର ଦିନରେ ଅକ୍ଷୟ କୁମାର ବହୁ ମୂଲ୍ୟବାନ ଜିନିଷର ଅଧିକାରୀ । ଯାହା ବୋଧ ହୁଏ ଆପଣ ଜାଣି ନଥିବେ । ଯେଉଁଥିରେ ରହିଛି ଏକ ସୁନ୍ଦର ଜେଟ୍‌ ବିମାନରୁ ଆରମ୍ଭ କରି ଆଲିଶାନ୍‌ ବଙ୍ଗଳା ପର୍ଯ୍ୟନ୍ତ ଅନେକ ଜିନିଷ । ଜାଣନ୍ତୁ କ’ଣ ଏହି ୫ଟି ମୂଲ୍ୟବାନ ଜିନିଷ ।

akshay-kumar-bentley-flying-spur

ଅକ୍ଷୟ କୁମାର ଦେଶର କିଛି ହାତ ଗଣତି ଲୋକଙ୍କ ମଧ୍ୟରେ ଗଣା ହୁଅନ୍ତି ଯାହାଙ୍କ ପାଖରେ ଏପରି ବହୁ ମୂଲ୍ୟବାନ ଜିନିଷ ରହିଛି । ଅକ୍ଷୟଙ୍କ ପାଖରେ ନିଜର ପ୍ରାଇଭେଟ୍‌ ଜେଟ୍‌ ବିମାନ ରହିଛି ଯାହାର ମୂଲ୍ୟ ୨୬୦ କୋଟି ଟଙ୍କା ।

akshay-kumar-rolls-royce-phantom

ଏହାଛଡ଼ା ମୁମ୍ବାଇ ଜୁହୁ ଠାରେ ଥିବା ଏକ ଆଲିଶାନ୍‌ ବଙ୍ଗଳା ରହିଛି ଯାହାର ମୂଲ୍ୟ ୮୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହାଛଡ଼ା ଅକ୍ଷୟ କୁମାର ଏକ ‘ବେଣ୍ଟଲେ ଫ୍ଲାଇଙ୍ଗ୍‌ ସ୍ପର’ କାର୍‌ ଚଢ଼ନ୍ତି ଯାହାର ମୂଲ୍ୟ ହେଉଛି ୩.୨ କୋଟି ଟଙ୍କା ।

bike-akshyaଯାହା କେବଳ ଅଳ୍ପ କିଛି ଲୋକଙ୍କ ପାଇଁ ନିର୍ମିତ ହୋଇଥାଏ । ଖାଲି ସେତିକି ନୁହେଁ ଅକ୍ଷୟ ମଧ୍ୟ ଏକ ‘ରୋଲ୍ସ ରକି ଫାଣ୍ଟମ୍‌’ କାର୍‌ ରହିଛି । ଏହାର ମୂଲ୍ୟ ହେଉଛି ୩.୩୪ କୋଟି ଟଙ୍କା ଯାହାକୁ ଯେ କେହି କିଣି ପାରିବେ ନାହିଁ ।

ଏହାଛଡ଼ା ଜନ୍‌ ଆବ୍ରାହମ୍‌ ଅକ୍ଷୟଙ୍କୁ ‘ହାର୍ଲେ ଡାଭିଡ୍‌ସନ୍‌ v-Rod’ ବାଇକ୍‌ ଗିପ୍ଟ କରିଛନ୍ତି ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା । ଅକ୍ଷୟ କୁମାରଙ୍କ ପାଖରେ ଏହି ସବୁ ସୈାଖିନ ଜିନିଷ ଦେଖିବା ପରେ ତାଙ୍କୁ ଜଣେ ସୈାଖିନ ବ୍ୟକ୍ତି ଭାବରେ ଭାବିବା ବୋଧ ହୁଏ ଭୁଲ୍‌ ହେବନି ।

akshya

ଖାଲି ସେତିକି ନୁହେଁ ଅକ୍ଷୟ ଜଣେ ଭଲ ମଣିଷ ମଧ୍ୟ । ସମାଜ ପ୍ରତି ମଧ୍ୟ ତାଙ୍କର ବହୁ ଅବଦାନ ରହିଛି । କରୋନା କାଳରେ ସେ ଲୋକଙ୍କ ସହାୟତା ପାଇଁ କୋଟି କୋଟି ଟଙ୍କା ଦାନ କରିଛନ୍ତି ।

Leave A Reply

Your email address will not be published.