ଢେଙ୍କାନାଳ: ଯୋରନ୍ଦା ମେଳା ପାଇଁ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ, କୋଭିଡ୍ ନେଗେଟିଭ୍ ଥିବା ସାଧୁସନ୍ଥଙ୍କୁ ମିଳିବ ଅନୁମତି

ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ ଯୋରନ୍ଦା ମେଳା ପାଇଁ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ । ମେଳାକୁ ଯିବା ପାଇଁ କେବଳ କୋଭିଡ୍ ନେଗେଟିଭ୍ ଥିବା ଢେଙ୍କାନାଳ ଜିଲ୍ଲାର ସାଧୁସନ୍ଥଙ୍କୁ ଅନୁମତି ମିଳିବ । ବାହାର ଜିଲ୍ଲାର ସାଧୁସନ୍ଥ ଓ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି । ଗାଦି ମନ୍ଦିରକୁ ଏକାସାଙ୍ଗେ ୫୦ ଜଣ ଯାଇପାରିବେ। ୧୦ ମିନିଟ୍ ପାଇଁ ମନ୍ଦିର ବେଢା ଭିତରେ ରହିବାକୁ ଅନୁମତି ଦିଆଯିବ ।

ସମସ୍ତ ସାଧୁସନ୍ଥ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ । ଆସନ୍ତା ୨୫ରୁ ୨୭ ତାରିଖ ପର‌୍ୟ୍ୟନ୍ତ ଯୋରନ୍ଦାରେ ମାଘ ମେଳା ଅନୁଷ୍ଠିତ ହେବ । ଚଳିତବର୍ଷ କରୋନା କଟକଣା ଯୋଗୁ ଭକ୍ତ ଓ ବାହାରୁ ଆସୁଥିବା ସାଧୁସନ୍ଥ ନିରାଶ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.