Below header

କାଲିଠୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟୟ ଜେଇଇ ମେନ୍ ପରୀକ୍ଷା ,ଓଡିଶାର ୧୫ଟି ସହରରେ ହେବ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  କାଲିଠୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା । ଏନଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ହେବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୨୩ରୁ ଆରମ୍ଭ ହୋଇ ୨୬ ତାରିଖ ଯାଏ ଚାଲିବ। ୨ଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ୩ ଟାରୁ ୬ ଟା ଯାଏଁ ହେବ ।

ଓଡିଶାର ୧୫ଟି ସହରରେ ପରୀକ୍ଷା ହେଉଛି। କୋଭିଡ କଟକଣା ଭିତରେ ପରୀକ୍ଷା ହେବ । ଫେବ୍ରୁଆରୀରେ ହେବାକୁ ଥିବା ପରୀକ୍ଷା ପାଇଁ ୬ ଲକ୍ଷ ୬୧ ହଜାର ୭୬୧ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି। ପରୀକ୍ଷା ଅନଲାଇନରେ ହେବ। – ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ମାର୍ଚ୍ଚ ୧୫ ରୁ ୧୮, ତୃତୀୟ ପର୍ଯ୍ୟାୟ ପରୀକ୍ଷା ଏପ୍ରିଲ ୨୭ ରୁ ୩୦ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ମେ ୨୪ ରୁ ୨୮ ତାରିଖ ଯାଏଁ ହେବା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.