Below header

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ତିନିଦିନିଆ ରିମାଣ୍ଡରେ ନେବ ଯାଜପୁର ପୋଲିସ

ଯାଜୁପର ଟାଉନ(କେନ୍ୟୁଜ୍):  ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାର ଖୋଲିବ ରହସ୍ୟ। ବୟଫ୍ରେଣ୍ଡ ରାକେଶ ସ୍ୱାଇଁ ବଖାଣିବ କାଳରାତିର କଳାକାହାଣୀ। ତିନିଦିନିଆ ରିମାଣ୍ଡରେ ନେବ ଯାଜପୁର ପୋଲିସ। ରିମାଣ୍ଡରେ ନେବାକୁ ଯାଜପୁର ଜିଲ୍ଲା ଦୌରାଜଜ୍‌ ଅନୁମତି ପ୍ରଦାନ କରିଛନ୍ତି।  କେମିତି ଓ କେଉଁ ପରିସ୍ଥିତିରେ ଝରାଫୁଲଙ୍କ ମୃତ୍ୟୁ ହେଲା ତାହା ଏବେ ବି ସ୍ପଷ୍ଟ ହୋଇନି ।  ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲେ ମଧ୍ୟ ମୃତ୍ୟୁ ବିଷକ୍ରିୟାଜନିତ ନା ହୃଦଘାତରୁ କାରଣ ହୋଇଛି ତାହା ଅସ୍ପଷ୍ଟ ରହିଛି।

jajpur court

ଏବେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଫାଷ୍ଟଫୁଡ୍‌ ଦୋକାନରେ ବିରିୟାନି ଖାଇନଥିଲେ ଝରାଫୁଲ । ଫାଷ୍ଟଫୁଡ୍‌ ଦୋକାନରୁ ଗେଷ୍ଟ ହାଉସ୍‌ ଆସିବା ବାଟରେ ଆଉ କିଛି ଖାଇଥିଲେ କି ଝରାଫୁଲ ? କିଛି ଔଷଧ କିମ୍ବା ନିଶାଦ୍ରବ୍ୟ ସେବନ କରିଥିଲେ କି ନାହିଁ ? ଟେଷ୍ଟ ହାଉସ୍‌ରେ କ’ଣ ଘଟିଥିଲା ? ଏସବୁର ତଥ୍ୟ ସଂଗ୍ରହ କରାଯିବ । ରାକେଶଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌ କରିପାରେ ପୋଲିସ । ତାର ପଲିଗ୍ରାଫ ଟେଷ୍ଟ ବି ହୋଇପାରେ । ଅନ୍ୟପଟେ ରାକେଶର ସହଯୋଗୀ ଶେଖରକୁ ଧରିବା ପାଇଁ ଯାଜପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସେହିପରି ମୃତ ଦେହ ଫିଙ୍ଗିବା ପାଇଁ ବ୍ୟବହାର ହୋଇଥିବା ସ୍କୁଟିକୁ ଜବତ କରିବାକୁ ଛାନ୍‌ଭିନ୍‌ ଚଳାଇଛି ପୋଲିସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.