ପେଟ୍ରୋଲ ଓ ଡିଜେଲ ଉପରେ ଲାଗିବ କୃଷି ସେସ୍, ଜାଣନ୍ତୁ ଆପଣଙ୍କ ପକେଟରୁ କେତେ ଯିବ

କେନ୍ୟୁଜ୍(ବ୍ୟୁରୋ):  ପୁଣି  ମହଙ୍ଗା ହେବ ତୈଳ ଦର। ତେଲଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରସରକାର।  ଚଳିତ ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି ସରକାର। ଡିଜେଲରେ ଲିଟର ପ୍ରତି ୪ଟଙ୍କା ଓ ପେଟ୍ରୋଲରେ ଅଢେଇ ଟଙ୍କାର ସେସ ଲାଗୁ ହୋଇଛି।

ତେବେ ତୈଳ କଂପାନୀ ଏହି ସେସ ପ୍ରଦାନ କରିବେ  ଏହା ସାଧାରଣ ଲୋକଙ୍କ ଉପରେ  କୌଣସି ପ୍ରଭାବ ପକାଇବା  ନାହିଁ ବୋଲି ଆଜିର ବଜେଟରେ କୁହାଯାଇଛି। କିନ୍ତୁ ଏତେ ପରିମାଣରେ ବର୍ଦ୍ଧିତ ତେଳ ଦର ଦେଇ ସାଧାରଣ ଜନତା ଗାଡ଼ିରେ ତେଲ  ପକାଉଥିବା  ବେଳେ ଏହା ପରେ ଆଉ କେତେ ଟଙ୍କା ପର୍ଯ୍ୟନ୍ତ ତେଲ ଦର  ବଢିବ ସେନେଇ ସାଧାରଣ ଜନତା ଚିନ୍ତାରେ ଅଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.